ଜନ୍ମଦିନରେ ମା’ଙ୍କ କଥା ମନେ ପକାଇ ଭାବ ବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
କହିଲେ ମାଙ୍କ ପାଖକୁ ଯାଇପାରିଲି ନାହିଁ, କିନ୍ତୁ ଲକ୍ଷ ଲକ୍ଷ ମା ଆଶୀର୍ବାଦ ଦେଉଛନ୍ତି
ଭୋପାଳ : ଶନିବାର ମଧ୍ୟପ୍ରଦେଶର କରାହଲ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଛନ୍ତି । ସେ କହିଥିଲେ ଯେ ଯଦି ମୋର ଜନ୍ମଦିନରେ କୌଣସି କାର୍ଯ୍ୟକ୍ରମ ନଥାନ୍ତା , ତେବେ ମୁଁ ମୋ ମା’ଙ୍କ ନିକଟକୁ ଯାଇ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ଲୋଡ଼ିବି । ଆଜି ମୁଁ ମୋ ମା ପାଖକୁ ଯାଇପାରିଲି ନାହିଁ, କିନ୍ତୁ ଆଜି ଯେତେବେଳେ ମୋ ମା ଦେଖିବେ ଯେ ମଧ୍ୟପ୍ରଦେଶର ଆଦିବାସୀ ଅଂଚଳର ଲକ୍ଷ ଲକ୍ଷ ମା ମୋତେ ଆଶୀର୍ବାଦ ଦେଉଛନ୍ତି, ତେବେ ସେ ନିଶ୍ଚିତ ଭାବରେ ସନ୍ତୁଷ୍ଟ ହେବେ ।
ପ୍ରଧାନମନ୍ତ୍ରୀ ମୋଦୀ କୁନୋ ଜାତୀୟ ଉଦ୍ୟାନ ଛାଡିବା ପରେ ହେଲିକପ୍ଟର ଯୋଗେ କରହଲରେ ପହଂଚିଥିଲେ । ସେ ଏଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଏକ ସମ୍ମିଳନୀରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଯୋଜନା ଅଧୀନରେ ଚାରୋଟି ଦକ୍ଷତା କେନ୍ଦ୍ରର ଉଦଘାଟନ କରିଥିଲେ । ଏହି ଯୋଜନାଗୁଡିକ ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ ଙ୍କ ପାଇଁ କାର୍ଯ୍ୟ କରିବ ।
