ରାଷ୍ଟ୍ରପତି ମୁର୍ମୁଙ୍କ ଲଣ୍ଡନ ଗସ୍ତ, କ୍ୱିନ୍ ଏଲିଜାବେଥଙ୍କ ଅନ୍ତିମ ସଂସ୍କାରରେ ହେବେ ସାମିଲ
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ଭାରତ ସରକାରଙ୍କ ପକ୍ଷରୁ ସମ୍ବେଦନା ବ୍ୟକ୍ତ କରିବା ପାଇଁ ଶନିବାର ଦିନ ଲଣ୍ଡନ, ୟୁନାଇଟେଡ କିଙ୍ଗଡମ୍(ୟୁକେ) ଯାତ୍ରାରେ ଯାଇଛନ୍ତି ।
ବିଦେଶ ମନ୍ତ୍ରାଳୟ ଅନୁଯାୟୀ ଗତ ୭୦ବର୍ଷର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶାସନକାଳରେ ଭାରତ-ବ୍ରିଟେନ୍ ସମ୍ବନ୍ଧରେ ଅତ୍ୟଧିକ ବିକଶିତ, ଫଲେ-ଫୁଲେ ଏବଂ ମଜବୁତ ହୋଇଛି । ସେ ରାଷ୍ଟ୍ରମଣ୍ଡଳର ପ୍ରମୁଖ ରୂପେ ଦୁନିଆସାରାର ଲକ୍ଷ ଲକ୍ଷ ଲୋକଙ୍କ କଲ୍ୟାଣରେ ମହତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି ।
