ଆଜିଠୁ ୩ ଦିନିଆ ଆସାମ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ନୂଆଦିଲ୍ଲୀ : ଆଜିଠୁ ୩ ଦିନିଆ ଆସାମ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜିଠୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଆସାମ ଗସ୍ତରେ ରହିବେ । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଆଜି ରାଷ୍ଟ୍ରପତି ଗୌହାଟୀର ଲାଚିଟ୍ ବାରଫୁକାନଙ୍କ ୪୦୦ ତମ ଜନ୍ମ ବାର୍ଷିକୀ ଉତ୍ସବରେ ଯୋଗଦେବେ । ପରେ ଫେବୃଆରୀ ୨୬ରେ ତେଜପୁର ଠାରେ ତେଜପୁର ବିଶ୍ୱବିଦ୍ୟାଳୟର ୧୯ ତମ ସମ୍ମିଳନୀକୁ ରାଷ୍ଟ୍ରପତି କୋବିନ୍ଦ ସମ୍ବୋଧିନ କରିବେ । ସେହି ଦିନ ସେ କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ଟାଇଗର ରିଜର୍ଭ ପରିଦର୍ଶନ କରି ସେଠାରେ ଥିବା ଏକ ଅଭିଲେଖାଗାର ପ୍ରଦର୍ଶନୀକୁ ଉଦଘାଟନ କରିବେ । ସେହିପରି ଫେବୃଆରୀ ୨୭ରେ ଆସାମରୁ ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
