ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା ହୀରାବା ଙ୍କ ବିୟୋଗରେ ରାଷ୍ଟ୍ରପତି ଶୋକ ବ୍ୟକ୍ତ କଲେ
ହୀରାବାନେଙ୍କ ଶହେ ବର୍ଷର ସଂଘର୍ଷପୂର୍ଣ ଜୀବନ ଭାରତୀୟ ଆଦର୍ଶର ପ୍ରତୀକ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବା ଙ୍କ ବିୟୋଗରେ ରାଷ୍ଟ୍ରପତି ଶୋକ ବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବାଙ୍କ ଶହେ ବର୍ଷର ସଂଘର୍ଷପୂର୍ଣ ଜୀବନ ଭାରତୀୟ ଆଦର୍ଶନ ପ୍ରତୀକ । ଶ୍ରୀ ମୋଦୀ ମାତୃଦେବଭବ ର ଭାବନା ଓ ହୀରାବାଙ୍କ ମୂଲ୍ୟବୋଧକୁ ନିଜର ଜୀବନରେ ଗ୍ରହଣ କରିଥିଲେ । ମୁଁ ପୁଣ୍ୟାତ୍ମାଙ୍କ ଶାନ୍ତି ପାଇଁ ପ୍ରାର୍ଥନା କରୁଛି । ପରିବାର ପ୍ରତି ମୋର ସମବେଦନା ।
