ପ୍ରେସକ୍ଲବ, ଦଶପଲ୍ଲାର ବାର୍ଷିକ ଉତ୍ସବ ପାଳିତ
ଦଶପଲ୍ଲା : ପ୍ରେସ କ୍ଳବ, ଦଶପଲ୍ଲାର ଦ୍ୱାଦଶ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ଗାନ୍ଧୀ ମଇଦାନଠାରେ ପାଳିତ ହୋଇଯାଇଛି। ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବକୁ ଖଣ୍ଡପଡ଼ା ବିଧାୟକ ତଥା ଇଷ୍ଟର୍ଣ୍ଣ ମିଡିଆର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଉଦଘାଟନ କରିଥିଲେ। ଦଶପଲ୍ଲା ବିଧାୟକ ରମେଶଚନ୍ଦ୍ର ବେହେରା, ବ୍ଳକ ଅଧ୍ୟକ୍ଷା ସୁନନ୍ଦା ସାହୁ, ‘ଓଡିଆ ପର୍ବ ‘ର ସମ୍ପାଦକ ସନ୍ତୋଷ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ କୁମାର ଖଟେଇ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ସାମ୍ବାଦିକ ରାମକୃଷ୍ଣ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ। କ୍ଳବର ସମ୍ପାଦକ ପ୍ରଫୁଲ୍ଲ କୁମାର ଦାଶ ବିବରଣୀ ପାଠ କରିଥିଲେ। ଇତ୍ୟବସରରେ ସାମ୍ବାଦିକ ସନ୍ତୋଷ କୁମାର ସାହୁ, ରିତେନ୍ଦ୍ର ଛାଟୋଇ, ସୁରେଶ ଚନ୍ଦ୍ର ବେହେରା, ଶ୍ରେଷ୍ଠ ପାଠକ ନନ୍ଦକିଶୋର ମିଶ୍ର ଓ ଭଗବାନ ସାହୁ, ବିଜୟ କୁମାର ଅଗ୍ରୱାଲ, ତୁଳସୀ ସେବକ ସ୍ୱରୂପ ସୁରଜିତ୍ ସାହୁ, ଆଧ୍ଯାତ୍ମିକ ସଂଗଠକ ରାକେଶ ମହାନ୍ତି, ଶିଶୁ କଣ୍ଠଶିଳ୍ପୀ ଶ୍ରୁତି ସୁଲଗ୍ନା ଓ ପ୍ରିତି ସୁଲଗ୍ନାଂକୁ ପ୍ରେସ୍ କ୍ଳବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ, ପ୍ରଫୁଲ୍ଲ କୁମାର ପଣ୍ଡା, କିଶୋର ଚନ୍ଦ୍ର ସାହୁ, ମନୋରଞ୍ଜନ ଷଡଙ୍ଗୀ, ଗଙ୍ଗାଧର ରଣା ଓ ପ୍ରକାଶ କୁମାର ପାଣି ପ୍ରମୁଖ ସହଯୋଗ କରିଥିଲେ।
