ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ମହାସଂଘ ତରଫରୁ ପ୍ରସ୍ତୁତି ବୈଠକ
ବାଲେଶ୍ବର : ସ୍ଥାୟୀ ନିଯୁକ୍ତି ଦାବିନେଇ ବାଲେଶ୍ବର ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ମହାସଂଘ ତରଫରୁ ଆସନ୍ତା ୩୦ ତାରିଖ ରବିବାର ବ୍ରିଟ୍ କଲ୍ୟାଣ ମଣ୍ଡପଠାରେ ସଂଘ ତରଫରୁ ଏକ ସାଧାରଣ ସଭା ଆୟୋଜନ କରାଯାଇଛି । ଉକ୍ତ ସଭାରେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ରାଜ୍ୟ ନେତୃମଣ୍ଡଳୀ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ୧୫ ତାରିଖ ଚୁକ୍ତି ଭିର୍ତିକ ନିଯୁକ୍ତି ପ୍ରଥାର ବିଲୋପ କରି ଔତିହାସିକ ନିଷ୍ପତ୍ତି ଗ୍ରହଣ କଲେ । କିନ୍ତୁ ରାଜ୍ୟରେ ବିଭିନ୍ନ ଅଫିସ ଓ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଆଉଟସୋର୍ସିଂ କର୍ମଚାରୀମାନଙ୍କ କ୍ଷେତ୍ରରେ ଅଦ୍ୟାବଧି କୈଣସି ନିଷ୍ପତ୍ତି ନ ନେବା କଥାକୁ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ବାଲେଶ୍ବର ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଦୃଢ଼ନିନ୍ଦା କରିଛନ୍ତି । ତେଣୁ ଆଗାମୀ ଦିନରେ ଆଉଟସୋର୍ସିଂ ପ୍ରଥା ଉଛେଦ,ସ୍ଥାୟୀ ନିଯୁକ୍ତି ପ୍ରଦାନ ପାଇଁ ନିଜନିଜର ଦାବି ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଆସନ୍ତା ରବିବାର ଦିନ ୧୦ ଘଟିକା ସମୟରେ ଜିଲ୍ଲାର କୋଣଅନୁକୋଣରେ କାମ କରୁଥିବା ବିଭିନ୍ନ ସରକାରୀ ଆଉଟସୋର୍ସିଂ କର୍ମଚାରୀ ମାନଙ୍କୁ ବ୍ରିଟ୍ କଲ୍ୟାଣ ମଣ୍ଡପରେ ଆୟୋଜିତ ସଭାରେ ଯୋଗଦେବା ପାଇଁ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ବାଲେଶ୍ବର ଜିଲ୍ଲା ସମ୍ପାଦକ ଶ୍ରୀ ବେହେରା କହିଛନ୍ତି । ଯଦି ସରକାର ଆମ କାମକୁ ନ ଶୁଣନ୍ତି ତେବେ ଆଗାମୀ ନଭେମ୍ବର ମାସରେ ଏକ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସଂଘ ତରଫରୁ କୁହାଯାଇଛି ।
