ନୀଳଗିରି କଲେଜରେ ଚାଲିଛି ରାଜନୀତି : କୁଳପତି ଇଂଟରନାଲ ମାର୍କ ଓ ଛାତ୍ରଛାତ୍ରୀଙ୍କ ଧାରଣାର ତଦନ୍ତ ଆରମ୍ଭ
ନୀଳଗିରି : ନୀଳଗିରି କଲେଜରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମଧ୍ୟରେ ଚାଲିଛି ଶୀତଳ ରାଜନୀତି । ଏହି ଶୀତଳ ରାଜନୀତି ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ଜୀବନ ମାଟି ହେବାକୁ ବସିଛି । ଆକ୍ରୋଶମୂଳକ ଭାବେ ଇଂରାଜୀ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା କିଛି ଛାତ୍ରଛାତ୍ରୀମାନଙ୍କର ଇଂରାଜୀର ଇଂଟରନାଲ ମାର୍କ କମ୍ ଦେଇ ଫେଲ ହେବା ଘଟଣାକୁ ଛାତ୍ରଛାତ୍ରୀମାନେ ସହଜରେ ଗ୍ରହଣ କରି ପାରୁ ନ ଥିବା ବେଳେ ଏହାକୁ ନେଇ କଲେଜରେ ଗତ ୧୭.୧୦.୨୨ରିଖରେ ଛାତ୍ରଛାତ୍ରୀମାନେ ଅଶାନ୍ତ ବାତାବରଣ ସୃଷ୍ଟି କରିଥିବା ବେଳେ ଧାରଣାରେ ବସିଥିଲେ । ଏହି ଘଟଣାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ ତ୍ରିପାଠୀ ଗୁରୁବାର ଦିନ ନୀଳଗିିରି କଲେଜରେ ପହଂଚି ପ୍ରାଥମିକ ତଦନ୍ତ କରିଛନ୍ତି । ନୀଳଗିରି କଲେଜରେ ଅଧ୍ୟାପକ, ଅଧ୍ୟାପିକାଙ୍କ ମଧ୍ୟରେ ଏକତା ନ ଥିବା ବେଳେ ଏଠାରେ ରାଜନୀତି ଚାଲିଥିବାର ତଦନ୍ତରୁ ଜଣାପଡ଼ିଛି । ନିଜ ନିଜର ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ କୁଳପତି ଶ୍ରୀଯୁକ୍ତ ତ୍ରୀପାଠୀ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସାନ ଭଉଣୀ ଓ ବଡ଼ ଭଉଣୀ ସଦୃଶ । ଶିକ୍ଷାନୁଷ୍ଠାନରେ ଅବାନ୍ତର, ଅଯୁକ୍ତିକ ଓ ଅବୈଧ ପ୍ରତ୍ସାହିତ ହେବା ଉଚିତ ନୁହେଁ ବୋଲି ତଦନ୍ତ ସମୟରେ ଅଧ୍ୟାପକ , ଅଧ୍ୟାପିକାଙ୍କୁ କୁଳପତି ସନ୍ତୋଷ ତ୍ରିପାଠୀ ଦିଗ୍ଦର୍ଶନ ଦେଇଥିଲେ । ଇଂଟରନାଲ (ଇଂରାଜୀ)ର ସମସ୍ତ ପରୀକ୍ଷା ଖାତାକୁ କୁଳପତୀ ଶ୍ରୀଯୁକ୍ତ ତ୍ରିପାଠୀ ନେଇଯାଇଛନ୍ତି । ପରୀକ୍ଷା ଖାତାଗୁଡ଼ିକୁ ପୁନଃ ତଦନ୍ତ କରାଯିବ ବୋଲି କୁଳପତି ଗଣମାଧ୍ୟମକୁ ପରାମର୍ଶ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ଜୀବନ ସହିତ କୌଣସି ରାଜନୀତି କରାଯିବା ଉଚିତ ନୁହେଁ । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ପରସ୍ପର ପରିପୂରକ । ବିଶ୍ୱବିଦ୍ୟାଳୟ ପାଇଁ ମହାବିଦ୍ୟାଳୟ ଉତରଦାୟୀ ହେବ ଏବଂ ମହାବିଦ୍ୟାଳୟ ପାଇଁ ବିଶ୍ୱବିଦ୍ୟାଳୟ ଉତରଦାୟୀ ବୋଲି ତଦନ୍ତ ସମୟରେ କୁଳପତି ସୂଚନା ଦେଇଛନ୍ତି । ଘଟଣାକୁ ନେଇ ନୀରପେକ୍ଷ ତଦନ୍ତ କରାଯିବା ସହ ତଦନ୍ତରେ ଯେଉଁ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୁଦଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଳପତି ସନ୍ତୋଷ ତ୍ରିପାଠୀ ସୂଚନା ଦେଇଛନ୍ତି ।
