ସ୍ୱର୍ଣ୍ଣଚୂଡ଼ ଯୁବ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ନୀଳଗିରି : ସ୍ୱର୍ଣ୍ଣଚୂଡ଼ ଯୁବ ମହୋତ୍ସବ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ସବ୍ୟସାଚୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ବହୁ ଯୁବଗୋଷ୍ଠୀ, ବହୁ ସମାଜସେବୀମାନେ ସମେତ ବିଭିନ୍ନ ବର୍ଗର ଯୁବ ଗୋଷ୍ଠୀ ଉପସ୍ଥିତ ଥିଲେ । ସ୍ୱର୍ଣ୍ଣଚୂଡ଼ ଯୁବ ମହୋତ୍ସବକୁ ଅତି ସରସ ସୁନ୍ଦର କରାଯିବା ପାଇଁ ସମସ୍ତଙ୍କର ମତାମତ ନିଆଯାଇଥିଲା । ଏହି ମହୋତ୍ସବରେ ଓଲିଉଡ଼ ଓ ବଲିଉଡର ନାମୀଦାମୀ କଳାକାର ସମେତ ମୀନା ବଜାର ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଆସନ୍ତା ମେ’ ମାସ ପ୍ରଥମ ପ୍ରଥମ ସପ୍ତାହର ୩ଦିନ ପାଇଁ କରାଯିବାର ନିଷ୍ପତି ନିଆଯାଇଛି । ଜାତି ଧର୍ମ ବର୍ଣ୍ଣ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ନିଆରା ଢ଼ଙ୍ଗରେ ସ୍ୱର୍ଣ୍ଣଚୂଡ଼ ଯୁବ ମହୋତ୍ସବ କରାଯିବ ବୋଲି ପ୍ରସ୍ତୁତି ବୈଠକରେ ଚୁଡ଼ାନ୍ତ ନିଷ୍ପତି ନିଆଯାଇଅଛି । ୨୫ଜଣ ସଦସ୍ୟଙ୍କୁ ନେଇ ଏକ କୋର କମିଟି ଗଠନ କରାଯାଇଛି ।ଏହି ପ୍ରସ୍ତୁତି ବୈଠକରେ ଶରତ ଦାସ, ଉଦୟଜ୍ୟୋତି ମହାନ୍ତି, ଶୁଭେନ୍ଦୁ ଦାସ ମଙ୍ଗରାଜ, ଦୀପକ ରଂଜନ ଦାସ, ବିଦ୍ୟାଧର ଖଟୁଆ, ଅଚ୍ୟୁତ ପ୍ରଧାନ, ରାମଚନ୍ଦ୍ର ଦାସ, ବୁଦ୍ଧ ଦେବ ସରକାର, ବିଜୟ ଲେଙ୍କା, ଲକ୍ଷ୍ମୀଧର ବାରିକ, ନିଗମ ମହାପାତ୍ର, ମାନଗୋବିନ୍ଦ ସିଂ ସମେତ ବହୁ ଯୁବଗୋଷ୍ଠୀ ଉପସ୍ଥିତ ଥିଲୋ
