ଗେଟ୍କୁ ଧକ୍କା ଦେଲା କାର୍, ଦୁଇ ଗୁରୁତର
ସୋର : ବାଲେଶ୍ୱର ଜିଲା ସୋର-କୁପାରୀ ରାସ୍ତାର ଇଟାମୁଣ୍ଡି ଠାରେ ସଡ଼କ ଦୁର୍ଘଟଣା । ରାସ୍ତା ନିକଟରେ ଥିବା ଗେଟ୍କୁ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର । ଗୁରୁତରଙ୍କୁ ଉଦ୍ଧାର ପରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ସୋର-କୁପାରୀ ରାସ୍ତାର ଇଟାମୁଣ୍ଡି ଠାରେ ଥିବା ଗେଟ୍କୁ ଧକ୍କା ଦେଇଥିଲା ଉକ୍ତ କାର୍ । ଦୁର୍ଘଟଣା ଫଳରେ ଦୁଇ ଜଣ ଗୁରୁତର ହୋଇଥିଲେ । ଦୁର୍ଘଟଣା ପରେ ରାସ୍ତା ଉପରେ ଭଙ୍ଗା ଗେଟ୍ ପଡି ଯାତାୟାତରେ ବାଧା ସୃଷ୍ଟି ହୋଇଛି । ଗୁରୁତର ଚାଳକ ଓ ଯାତ୍ରୀଙ୍କୁ ପ୍ରଥମେ ଭଦ୍ରକ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପରିଚୟ ମିଳିନାହିଁ l
