ପ୍ରିମିଅର ଲିଗ୍ ଟି -୧୦ କ୍ରିକେଟ୍; ନଦିମ ରୟାଲ ଚମ୍ପିୟାନ
ରୂପସା : ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ବାବୁ ଭାଇଜାନ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ତୃତୀୟ ବାର୍ଷିକ ପଞ୍ଚାୟତ ପ୍ରିମିୟର ଲିଗ୍ ଟି -୧୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ କିଙ୍ଗସ ଇଲେଭେନ ଦଳକୁ ୧୬ ରନରେ ପରାସ୍ତ କରି ନଦିମ ରୟାଲ ଦଳ ଚମ୍ପିୟାନ ହୋଇଛି । ପ୍ରଥମେ ନଦିମ ରୟାଲ ଦଳ ବ୍ୟାଟିଂ କରି ୭ ଉଇକେଟ ବିନିମୟରେ ୮୬ ରନ କରିଥିଲେ । ଜବାବରେ କିଙ୍ଗସ ଇଲେଭେନ ଦଳ ୭୦ ରନ କରି ପରାସ୍ତ ହୋଇଥିଲେ । ନଦିମ ରୟାଲ ତରଫରୁ ଶଙ୍କର ଦୟାଲ ମୁର୍ମୁ ମ୍ୟାନ ଅଫ ଦି ମ୍ୟାଚ ଓ ସାଇ ଉଜ୍ଜଳ ବାରିକ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ ।
ଡାକ ସେବକ କମଳାକାନ୍ତ ସିଂଙ୍କ ପୌରାହିତ୍ୟରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଯୁବ ଉଦ୍ୟୋଗୀ ଅବଦୁଲ ସଲିମ ଖାଁ, ସମ୍ମାନିତ ଅତିଥି ପ୍ରେସ କ୍ଲବ ସଭାପତି ବାଞ୍ଛାନିଧି ଦେ, କ୍ରୀଡ଼ାବିତ୍ ମାନସ ମିଶ୍ର ଓ ଅବଦୁଲ ମୁଦାସୀର ପ୍ରମୁଖ ଯୋଗଦେଇ ଚମ୍ପିୟାନ ଦଳକୁ ନଗଦ ୧୪ ହଜାର ଓ ରନର୍ସ ଅପ ଦଳକୁ ୧୧ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଆମ୍ପାୟର ରବିରାମ ସିଂ ଓ ଅମିତ ସିଂ ମ୍ୟାଚ ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଶିଳ୍ପପତି ତଥା ବିଶିଷ୍ଟ ସମାଜସେବୀ ଅବଦୁଲ ଅମିନ ଖାଁ ଉଦ୍ଘାଟନ କରିଥିଲେ । ତାରାକାନ୍ତ ସିଂ ଓ କ୍ରିଷ୍ଣଗୋପାଳ ଦାସ ଧାରା ବିବରଣୀ ପ୍ରଦାନ କରିଥିଲେ । ଝଡ଼ିଆ ସିଂ, ବ୍ରଜ ସିଂ, ଚନ୍ଦ୍ରକାନ୍ତ ସିଂ ଓ ରାଜୁ ସିଂ, ଦିପୁ ସିଂ, ସେବାକର ସିଂ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ । ଉପଦେଷ୍ଟା ବିଜୟ ମହାନ୍ତ ଧନ୍ୟବାଦ ଦେଇଥିଲେ ।
