ବିଶ୍ୱକପ ହକି ପୂର୍ବରୁ ପ୍ରଦୁଷଣ ରୋକିବା ଲାଗି ୨୨ କାରଖାନାକୁ ବନ୍ଦ ଲାଗି ନୋଟିସ କଲା ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ
ରାଉରକେଲା : ରାଉରକେଲାରେ ଜାନୁଆରୀ ୧୩ରେ ବିଶ୍ୱ ହକି ଆରମ୍ଭ ହେବାକୁ ଯାଉଥିବା ବେଳେ ଏଠାରେ ପ୍ରଦୁଷଣ ଏକ ବଡ ସମସ୍ୟା, ଯାହାକି ସ୍ପଞ୍ଜ କାରଖାନା ଗୁଡିକ ଦ୍ୱାରା ଅଧିକରୁ ଅଧିକ ହୋଇଥାଏ ଓ ସେମାନଙ୍କୁ ନିଜବ୍ୟକ୍ତିଗତ ସ୍ୱାର୍ଥ ଲାଗି ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଆଜି ପର୍ଯ୍ୟନ୍ତ ଘଂଟ ଘୋଡାଇ ଚାଲିଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ବିଶ୍ୱ ହକି ପୂର୍ବରୁ ସେହି ୨୨ଟି ସ୍ପଞ୍ଜ କାରଖାନାକୁ ମାସେ ଲାଗି ବନ୍ଦ କରିବାକୁ ନୋଟିସ ଦେବା ପରେ ଆଜିଯାଏ ଯାହା ସନ୍ଦେହ ଥିଲା ତାହା ଷ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ କେବଳ ନାମକୁ ମାତ୍ର ଶ୍ରମିକଙ୍କ ଲାଗି କାନ୍ଦି ନିଜ ଲାଗି ବାନ୍ଧୁଥିବା କିଛି ସଂଗଠନଙ୍କର ଏହାପରେ ଆରମ୍ଭ ହୋଇଥିବା ପ୍ରତିକ୍ରିୟା ତାହା କେବଳ ମାଲିକଙ୍କ ସ୍ୱାର୍ଥ ଲାଗି ଶ୍ରମିକିଙ୍କ ଲାଗି ନୁହେଁ ବୋଲି ଆଲୋଚନା ଜୋର ଧରିଛି । ରାଉରକେଲାରେ ପ୍ରଦୁଷଣର ମାତ୍ରା ଧିରେ ଧିରେ ବଢିବାରେ ଲାଗିଛି । କୂଅ, ପୋଖରୀ ପାଣି କଳା ପଡୁଥିବା ବେଳେ ଗଛ ପତ୍ର ର ପ୍ରକୃତ ରଙ୍ଗ ଧିରେ ଧିରେ କଳା ବୋଲି ଆଗାମୀ ପିଢି ଶିଖିବାକୁ ଯାଉଛି, ସେପଟେ ଛେଣ୍ଡ ବାସିନ୍ଦା ନିଜ ଛାତ ଉପରେ ଆଉ ବଡି ଭଳି ଓଡିଆ ଖାଦ୍ୟ ପ୍ରସ୍ତୁତ କରିପାରୁ ନଥିବା ବେଳେ ଛାତ ଗୁଡିକୁ ନିୟମିତ ଧୋଇବାକୁ ପଡୁଥିବା ଭଳି ସମସ୍ୟା ଲାଗି ରହିଛି । ସକାଳୁ ସନ୍ଧ୍ୟା ଯାଏ ପରିବେଶ ଧୂଆଁମୟ ରହୁଛି । ତେବେ ପ୍ରଦୁଷଣ ହେଉଛି ବୋଲି ମିଡିଆରେ ବାହାରିଲେ କାରଖାନା ଗୁଡିକୁ ନୋଟିସ ଦେଇ କିମ୍ବା ୨/୩ ଦିନ ବନ୍ଦ କରିଦେଇ ପୁଣି ଖୋଲିଦେବା ଭଳି କାର୍ଯ୍ୟାନୁଷ୍ଠାନ ଉପରେ ଲୋକେ କିଂ କର୍ତବ୍ୟମୁଢ ହୋଇ ରହିଥିଲେ । ସେପଟେ ଏହିଭଳି କାରବାର ଲାଗି ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ବାବୁ ମାନେ ଏଠୁ ଭଲ ଦୁଇ ପଇସା ରୋଜଗାର କରୁଥିଲେ, ଯାହା ନିକଟରେ ଜଣେ ବାବୁ ପୁଳାଏ ଟଙ୍କା ନେଇ ରାଉରକେଲାରୁ ଭୁବନେଶ୍ୱର ଜିବା ବେଳେ ଭିଜିଲାନ୍ସରେ ବନ୍ଧାହେବା ଘଟଣା ଏକ ବଡ ପ୍ରମାଣ ବୋଲି କୁହାଯାଉଛି । ତେବେ ଏତେ ସବୁ ଭିତରେ ନିକଟରେ ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ ସାମନ୍ତରାୟ ରାଉରକେଲାରେ ପ୍ରବଳ ପ୍ରଦୁଷଣ, ନଦୀ ଜଳ ବ୍ୟବହାର ଉପେଯାଗୀ ନୁହେଁ ଏଠି ବିଶ୍ୱ ହକି କରିବାକୁ ହେଲେ ପାଣି ଛିଚିଂ ବିଦେଶୀଙ୍କୁ ବୁଝାଇ ସବୁ କରିଦେଇ ହେବ ବୋଲି କହିଥିବା ବେଳେ ଗଣମାଧ୍ୟମ ମଧ୍ୟ ମୁଖ୍ୟଶାସନ ସଚିବଙ୍କ ସମ୍ମୁଖରେ ଏହି ପ୍ରଦୁଷଣ କଥା ରଖିଥିଲା, ହେଲେ ସାର କହିଥିଲେ ପୁରା ନିୟନ୍ତ୍ରଣ ଭିତରେ ସବୁ ରହିବ । ଶେଷରେ ସେଇଆ ହେଲା ସବୁବେଳେ ବାବୁ ମାନଙ୍କର ଜିନ୍ଦାବାଦ କରୁଥିବା, ଲୋକଙ୍କ ସେବା କରୁଥିବା ନିଜ ସଙ୍ଗଠନ କଥା ବୁଝୁଥିବା କାରଖାନା ମାଲିକ ମାନେ କାଳେ ହଁ କହି ପୁଣି ରାତିରେ ବିନା ଇଏସପିରେ କଳାଧୂଆଁ ଛାଡି ଦେବେ କାରଖାନା ଚଳାଇ ଧୂଆଁ କରିବେ ଓ ଓଡିଶା ସମେତ ଭାରତର ନାମ ବଦନାମ ହେବ ତେଣୁ ଭରଷା ନପାଇ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଆଖପାଖର ୨୨ଟି ସ୍ପଞ୍ଜ କାରଖାନାକୁ ଜାନୁଆରୀ ୧ ତାରିଖରୁ ୩୧ ତାରିଖ ଯାଏ ବନ୍ଦ ରଖିବାକୁ ଗତ ୨୧ ତାରିଖରେ ଚିଠି ନମ୍ବର୨୩୭୩୧ରେ ଜଣାଇ ଦେଇଛି । ତେବେ ଏହି ଚିଠି ପରେ ମାଲିକ ମାନେ ମାସକ ଭିତରେ କେତେ କ୍ଷତି ସହିବେ, ତାକୁ ହିସାବ କରି ନୀରବରେ କାମ ଆରମ୍ଭ କରିଛନ୍ତି । ସେପଟେ ବର୍ଷ ବର୍ଷ ଧରି ଏହି କାରଖାନା ମାନେ ପ୍ରଦୁଷଣ କରି ପରିବେଶକୁ ନଷ୍ଟ କରୁଥିବା ବେଳେ କେବେ ହେଲେ ମୁହଁ ଖୋଲିନଥିବା ପ୍ରଦୁଷଣ ରୋକିବା ଲାଗି ଦୁର୍ବାର ଆନ୍ଦୋଳନକୁ ଯାଇନଥିବା କିଛି ସଂସ୍ଥା ଏବେ ଶ୍ରମିକଙ୍କ ଆଳରେ କାନ୍ଦିବା ଆରମ୍ଭ କରିଛନ୍ତି । ସେମାନେ କହିଛନ୍ତି ୧୫ ହଜାର ଶ୍ରମିକ କାମରୁ ବାଦ ପଡିଜିବେ, ସେମାନେ ଚଳିବେ କେମିତି । ବର୍ଷ ବର୍ଷ ଧରି କାମ କରୁଥିବା ଶ୍ରମିକ ମାନଙ୍କୁ ଏଭଳି ସମୟରେ ହକି ଖେଳ ଦେଖି ଛୁଟୀ କଟାଇବା ଲାଗି ମାଲିକ ମାନେ ମାସକର ଦରମା ସେମାନଙ୍କୁ ଦେବା ଲାଗି ଦାବି ନକରାଯାଇ ଶ୍ରମିକ ମାନଙ୍କ ନାମରେ ମାଲିକ ଲାଗି ସରକାର ଉପରେ ଚାପ ଆରମ୍ଭ କରିଥିବା ବ୍ୟକ୍ତି ମାନଙ୍କ ଚରିତ୍ରକୁ ନେଇ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର୍ ଧରିଛି । ଅନ୍ୟପକ୍ଷରେ ଏକ ମାସ ଏହି ସବୁ କାରଖାନା ବନ୍ଦ ରହିବା ଭିତରେ ସେ ସବୁ ଅଂଚଳରେ ପ୍ରଦୁଷଣର ମାତ୍ରା ଉଭୟ ଜଳ ଓ ବାୟୁ ରେ କେତେ ରହୁଛି, ଆଗରୁ କେତେ ରହୁଥିଲା ତାକୁ ସାଂପୁଲ ନିଆଯାଇ ସେହି ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କରାଯାଉ ତାହେଲେ ସରକାରଙ୍କ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ବାବୁ ମାନଙ୍କର ଓ ବାବୁ ମାଲିକ ମାନଙ୍କର ପ୍ରକୃତ ଚରିତ୍ର ଜଣାପଡିବ ବୋଲି ମତପ୍ରକାଶ ପାଇଛି ।
