ଜେଏନପିଏ ନିଜ ଇତିହାସରେ ପ୍ରଥମ ଥର ପାଇଁ ଗୁରୁତ୍ୱପୂର୍ଣ୍ଣ ୬ ମିଲିୟନ ଟିଇୟୁ ଅତିକ୍ରମ କରି ସର୍ବାଧିକ ମାଲ ପ୍ରବାହ କ୍ଷମତା ପଞ୍ଜିକୃତ କରିଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜୱାହରଲାଲ ନେହରୁ ବନ୍ଦର ପ୍ରାଧିକରଣ (ଜେଏନପିଏ) ମାର୍ଚ୍ଚ ୩୦ରେ ନିଜ ଇତିହାସରେ ପ୍ରଥମ ଥର ପାଇଁ ୬ ମିଲିୟନ ଟିଇୟୁ ଅତିକ୍ରମ କରି ସର୍ବାଧିକ ମାଲ ପ୍ରବାହ କ୍ଷମତା ପଞ୍ଜିକୃତ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଜେଏନପିଏର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଭାରତର ଗୁରୁତ୍ୱପୂର୍ଣ୍ଣ ବନ୍ଦର ମଧ୍ୟରୁ ଗୋଟିଏର ଉଲ୍ଲେଖନୀୟ ଉପଲବ୍ଧି ।”
