ଉତ୍କଳ ଦିବସରେ ଶୁଭକାମନା ଜଣାଇଲେ ଗୃହ ମନ୍ତ୍ରୀ ଅମିତ ଶାହ
ନୂଆଦିଲ୍ଲୀ : ଗୃହ ମନ୍ତ୍ରୀ ଅମିତ ଶାହ ଉତ୍କଳ ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ -ଉତ୍କଳ ଦିବସରେ ମୁଁ ଓଡ଼ିଶାର ଭଉଣୀ ଏବଂ ଭାଇମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ପ୍ରାଚୀନ ମନ୍ଦିର, ସମୃଦ୍ଧ ସାଂସ୍କୃତିକ ଐତିହ, ସୁନ୍ଦର ହୃଦୟର ଲୋକ ଏବଂ ସବୁଜିମାରେ ଭରପୁର ଜଙ୍ଗଲ ସହିତ ଓଡ଼ିଶା ଭାରତର ସ୍ୱାଭିମାନର ମୁକୁଟ ଉପରେ ଶୋଭା ପାଉଥିବା ଏକ ଅମୂଲ୍ୟ ରତ୍ନ ।ମହାପ୍ରଭୁ ଜଗନ୍ନାଥ ରାଜ୍ୟକୁ ସୁଖ ଓ ସମୃଦ୍ଧତା ଆଶୀର୍ବାଦ କରନ୍ତୁ ।
