ନେହେରୁ ଉଚ୍ଚ ବିଦ୍ୟାପୀଠରେ ବୃକ୍ଷରୋପଣ ଓ ଆଲୋଚନା ଚକ୍ର
କଟକ : ନୂଆବଜାର ସ୍ଥିତ ନେହେରୁ ନୋଡାଲ ଉଚ୍ଚ ବିଦ୍ୟାପୀଠରେ ୱାଇଜ୍ ମ୍ୟାନ୍ସ କ୍ଲବ, ଇପିଅନ ଟ୍ରଷ୍ଟ ଓଡିଶା ଓ ନେହେରୁ ନୋଡାଲ ବିଦ୍ୟାପୀଠର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ ଓ ଜୀବନଶୈଳି ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଚେତନତା ସଭାରେ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ପରିବେଶବିତ୍ ଡଃ ଅର୍ଜୁନ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପରିବେଶ ବିଜ୍ଞାନୀ ପ୍ରଫେସର ଡଃ ଆଶୁତୋଷ ଦେବତା, ମୁଖ୍ୟବକ୍ତା ଭାବେ ୱାଇଜମ୍ୟାନ୍ସ କ୍ଲବ ସଭାପତି ଡା. ପ୍ରଭାତ ମିଶ୍ର, ସମ୍ମାନିତ ଅତିଥି ଇପିଅନ ଟ୍ରଷ୍ଟର ଉପାଧ୍ୟକ୍ଷା ଡଃ ମିତା ଦେବତା ଓ ବିଶିଷ୍ଟ ଶିଳ୍ପଦ୍ୟୋଗୀ ଜ୍ୟୋତିରଂଜନ ସିଂହ ଯୋଗଦେଇ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ଓ ନିଜ ଜୀବନରେ ଜଣେ ଜଣେ ଆଦର୍ଶ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାରାଣୀ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ସହକାରୀ ଶିକ୍ଷକ ଗଙ୍ଗାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରିୟଦର୍ଶୀ ନାୟକ, ଶିକ୍ଷକ ଦିଲ୍ଲିପ ରାଉତ, ବିରେନ୍ଦ୍ର କୁମାର ନନ୍ଦ, ହିରଣ୍ୟମୟୀ ସାମଲ, କଳ୍ପନାମୟୀ ପୃଷ୍ଟି, ଶଙ୍କର୍ଷଣ ବେହେରା, ପ୍ରଦୋଷ କୁମାର ଦାସ ଓ ତ୍ରିଲୋଚନ ବେହେରା ପ୍ରମୁଖ ସହଯୋଗ କରିଥିଲେ ।
