ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ
ପିପିଲି : ପିପିଲିର ସର୍ବାଙ୍ଗୀନ ଉନ୍ନତିରେ ସାମ୍ବାଦିକ ମାନଙ୍କର ସହଯୋଗ ଲୋଡିଲେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟ ପାଇଁ ସାମ୍ବାଦିକ ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ସବୁ ସମୟରେ ଅଞ୍ଚଳରେ ଘଟୁଥିବା ଘଟଣା ଦୁର୍ଘଟଣା ସରକାରଙ୍କ ନଜରକୁ ଆଣିବାରେ ପ୍ରମୁଖ ଭୁମିକା ସାମ୍ବାଦିକ ବହନ କରୁଥିବାରୁ ପିପିଲିର ସାମଗ୍ରିକ ବିକାଶରେ ସାମ୍ବାଦିକମାନଙ୍କ ସହଯୋଗ କାମନା କରିଥିଲେ ବିଧାୟକ ।
ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ କରି ସମସ୍ତ ସାମ୍ବାଦିକମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହିତ ପିପିଲି ଡେଲାଙ୍ଗ ଗଢ଼ି ତୋଳିବାରେ ସାମ୍ବାଦିକଙ୍କର ଅବଦାନ ରହିଛି ବୋଲି ମତ ପୋଷଣ କରିଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପ୍ରିଣ୍ଟ ମିଡ଼ିଆ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ।
