ଟ୍ରାନ୍ସଫରମର ନିକଟରେ ମୃତ୍ୟୁ ଜଗିଛି
ପୁରୀ : ରାସ୍ତା ପାଶ୍ୱର୍ରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫରମର ରହିଛି । ଚାରିପଟ ଖୋଲା ଥିବାରୁ ଗାଇଗୋରୁମାନେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରୁଥିବା ଦେଖାଯାଉଛି । ଏହି ଟ୍ରାନ୍ସଫରମରଟି ବଳିଆପଣ୍ଡା ଠାରୁ ଲୋକନାଥ ରୋଡ଼ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଦାମୋଦର ରୋଡ଼ର ଚକ୍ରକୋଟ ଲେନ୍ ଅନ୍ନପୂର୍ଣ୍ଣା ବୃଦ୍ଧା ଆଶ୍ରମ ନିକଟରେ ରହିଛି । ବୃଦ୍ଧାଶ୍ରମରେ ବୁଢା ବୁଢିମାନେ ରହୁଥିବାରୁ ଏହି ଖୋଲା ଟ୍ରାନ୍ସଫରମର ଦେଖି ଭୟଭୀତ ହେଉଛନ୍ତି । ସଂପୃକ୍ତ ଅଧିକାରୀଙ୍କୁ ବାରମ୍ବାର ସାହିବାସିନ୍ଦାମାନେ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବିପଦସଙ୍କୁଳ ଅବସ୍ଥାରେ ଏହି ଟ୍ରାନ୍ସଫରମର ରହିଥିବାରୁ ଯମ ଜଗିଛି ବୋଲି ସାହିଲୋକ କହୁଛନ୍ତି । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଯଦି ଲହି ସମସ୍ୟାର ସଂପୃକ୍ତ ଅଧିକାରୀ ସମାଧାନର ରାସ୍ତା ନଧରନ୍ତି ତେବେ ସାହି ଲୋକମାନେ ଆନ୍ଦୋଳନ ରାସ୍ତା ଧରିବେ ବୋଲି ଚେତାବନି ଦେଇଛନ୍ତି ।
