ସରିଲା ପିଞ୍ଛାବଣିଆ ଦୋଳ ମେଳା
ରୂପ୍ସା : ବାଲେଶ୍ୱର-ମୟୂରଭଞ୍ଜ ଜିଲା ସୀମାନ୍ତବର୍ତ୍ତୀ ରୂପ୍ସା ଥାନା ଅନ୍ତର୍ଗତ ଓଡ଼ିଶା ପ୍ରସିଦ୍ଧ ପିଞ୍ଛାବଣିଆ ଦୋଳ ମେଳା ଉଦ୍ଯାପିତ ହୋଇଛି । ୪ଦିନ ବ୍ୟାପୀ ଅନୁଷ୍ଠିତ ଏହି ମେଳାରେ ପ୍ରବଳ ଜନସମାଗମ ହୋଇଥିଲା । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ ଆଦି ରାଜ୍ୟର ବହୁ ଉଠାଦୋକାନୀଙ୍କ ସମେତ ମଶିଣା, ବେତ ପାଛିଆ, ମାଛଧରା ଜାଲ, ଚଲା, ଚାଲୁଣୀ, ବିଞ୍ଚଣା, କାଠ ତିଆରି ସାମଗ୍ରୀ ଆଦି ଘରକରଣା ଜିନିଷ ନେବା ପାଇଁ ମେଳାରେ ବହୁ ଭିଡ଼ ପରିଲକ୍ଷିତ ହୋଇଥିଲା । ରୂପ୍ସା ସତ୍ୟସାଇ ସେବା ସଂଗଠନ, ନୀଳମଣି କଲେଜ ପୁରାତନ ଛାତ୍ର ସଂଘ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଜଳ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ରୂପ୍ସା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ମାଗଣା ଚିକିତ୍ସା ଶିବିର ଆୟୋଜନ ହୋଇଥିଲା । ରୂପ୍ସା ଥାନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
