ପାପଡ଼ାହାଣ୍ଡି ସହୀଦ ସ୍ମୃତି ପୀଠର ପବିତ୍ର ମାଟି ଓ ତୂରୀ ନଦୀର ପବିତ୍ର ଜଳ ସଂଗ୍ରହ କଳସ ଶୋଭା ଯାତ୍ରା
ନବରଙ୍ଗପୁର : ଅକ୍ଟୋବର ଦୁଇ ତାରିଖ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପବିତ୍ର କାର୍ଯ୍ୟକ୍ରମରେ ଲାଗି କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାର ପବିତ୍ର ସ୍ମୃତି ପୀଠ ଓ ନଦୀ ର ମାଟି ଓ ଜଳ କଳସରେ ସଂଗ୍ରହ କରି ରାଜଧାନୀକୁ ପଠାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ପ୍ରଶାସନ, ବ୍ଲକ୍ ପ୍ରଶାସନ ପାପଡ଼ାହାଣ୍ଡି,ଆଜି ବ୍ଲକ୍ ଅଫିସ୍ ଠାରୁ ସହିଦ୍ ମିନାର ଯାଏଁ ଏକ ବିରାଟ ଶୋଭଯାତ୍ରାରେ ବାହାରି ଭାରତ ସ୍ୱାଧିନତା ଆନ୍ଦୋଳନ ସମୟରେ ଅଗଷ୍ଟ ୨୪, ୧୯୪୨ ମସିହାରେ ନବରଙ୍ଗପୁର ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀ ଙ୍କ ଉପରେ ବ୍ରିଟିଶ୍ ପୋଲିସ ଦ୍ୱାରା ବର୍ବର ଚିତ ଭାବରେ ଆଖିବୁଜା ଗୁଳିମାଡ଼ ରେ ତୂରୀ ନଦୀ କୂଳରେ ସହିଦ୍ ହୋଇଥିବା ବୀର ସଂଗ୍ରାମୀଙ୍କ ମୁକ ସାକ୍ଷୀ ତୂରୀ ନଦୀର ଜଳ ଓ ସହିଦ୍ ସ୍ମୃତି ପୀଠର ପବିତ୍ର ମାଟି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଦ୍ୱାରା କଳସରେ ସଂଗ୍ରହ କରାଯାଇ ଏକ ସ୍ୱତନ୍ତ୍ର ଗାଡ଼ିରେ ପବିତ୍ର ମାଟି ଓ ପବିତ୍ର ଜଳ କଳସ କୁ ଭୁବନେଶ୍ୱର ପଠା ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରତ୍ନାକର ସାହୁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପଜିଲ୍ଲପାଳ ପ୍ରଶାନ୍ତ କୁମାର ରାଉତ, ତହସିଲଦାର ଯୋଗେଶ୍ୱର ଭୋଇ,ପାପ ଡ଼ା ହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ରଂଜିତା ମଲ୍ଲିକ,ପଂଚାୟତ ସମିତି ଅଧ୍ୟକ୍ଷା, ହେମଲତା ମାଝୀ, ଉପା ଦକ୍ଷ ସୁଶାନ୍ତ କୁମାର ବେହେର, ସହିଦ୍ ସ୍ମୃତି କମିଟିର ସୋମନାଥ ବିଶୋଇ, ମୁନା ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ,ବରିଷ୍ଟ ନାଗରିକ, ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ସ୍ୱୟଂ ସହାଇକା ଦଳ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ ।
