ନବରଙ୍ଗପୁର ଜାମା ମସଜିଦ ଉଦଘାଟିତ
ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରେ ନୂତନ ଜାମ୍ମା ମସଜିଦ ଉଦଘାଟିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବରେ ମାନ୍ୟବର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି, ଜିଲ୍ଲାପାଳ ଡଃ କୋମଳ ଲୋଚନ ମିଶ୍ର, ଏସ୍. ପି. ଏସ୍. ଶୁଶ୍ରୀ, ନଗରପାଳ କୁନୁ ନାୟକ, ପୂର୍ବତନ ବିଧାୟକ ସଦନ ନାୟକ, ବିଜୁ ଜନତା ଦଳର ଜିଲ୍ଲା ମହିଳା ସଭାନେତ୍ରୀ ମଞ୍ଜୁଳା ମାଝୀ, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀ ନରସିଂହ ତ୍ରିପାଠୀ, ନାରାୟଣ ପାତ୍ର, ପୂର୍ବତନ ନଗରପାଳ ଅର୍ଜୁନ ତ୍ରିପାଠୀ, ଚର୍ଚ୍ଚର ପାଷ୍ଟର ତଥା ସମସ୍ତ ରାଜନୈତିକ ଦଳର ନେତୃ ମଣ୍ଡଳଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଆଜି ଜାମ୍ମା ମସଜିଦ ଉଦ୍ଘାଟନ ଉତ୍ସବରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଙ୍କ ଏକତ୍ରି କରଣରେ ଏକ ଅଦ୍ଭୁଦ୍ଦପୂର୍ବ ଭାଇ ଚାରା ପରିଲକ୍ଷିତ ହୋଇଥିଲା । ମସଜିଦ ସମ୍ପାଦକ ଜାନବ ସିରଜୁଦ୍ଦିନ ଅହମଦ ମଂଚ ପରିଚାଳନା କରି ଥିବା ବେଳେ ଏମ ଡି ସହିନ ସଭାପତି ଓ ବହୁ ବରିଷ୍ଟ ମୁସଲମାନ ମୌଲବୀ ମାନେ ଉପସ୍ଥିତ ଥିଲେ । ଦୀର୍ଘ ସାତ ବର୍ଷ ପରେ ଏହି ମସଜିଦ ଉଦଘାଟିତ ହେବା ପରେ ମୁସଲମାନ ସମାଜ ରେ ଖୁସିର ଲହରୀ ଖେଳିଯାଇଛି ।
