ଶାଗୁଆନ ଲଗ୍ ସହିତ ପିକଅପ୍ ଭ୍ଯାନ୍ ଜବତ
ଦଶପଲ୍ଲା : ଦଶପଲ୍ଲା ବନାଞ୍ଚଳ ଅଧିକାରୀ ନିଖିଲ୍ଲେଶ ମଲ୍ଲିକଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ମଙ୍ଗଳବାର ଭୋର୍ ସମୟରେ ବନବିଭାଗ ସ୍କ୍ୱାର୍ଡ ଦିଣ୍ଡl ଭୂଇଁ ଦୁଆର ଗାଁ ମଧ୍ଯରେ ଚଢାଉ କରି ୧୮ ଟି ଶାଗୁଆନ ଲଗ୍ ସହିତ ପିକଅପ୍ ଭ୍ଯାନ ଜବତ୍ କରିଛନ୍ତି।ପିକଅପ୍ ଭ୍ଯାନ ନମ୍ବର ହେଉଛି OR06F6203 ହୋଇଥିବା ବେଳେ ଘଟଣାରେ କାହାକୁ ଗିରଫ୍ କରାଯାଇ ନ ଥିବା ଜଣା ପଡିଛି । ଜବତ୍ ସ୍ଥାନ ଗଣିଆ ବନାଞ୍ଚଳ ଅନ୍ତର୍ଗତ ହୋଇଥିବା ରୁ କେସ୍ ଗଣିଆ କୁ ହସ୍ତାନ୍ତର ହୋଇଥିବାର ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକ ସୂଚନା ଦେଇଛନ୍ତି ।
