ସାଇକେଲକୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍, ଜଣେ ମୃତ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା ପାର ହେଉଥିବା ବେଳେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍ । ମୃତକ ନୀଳଗିରି ଏନ୍ଏସି ୭ ନମ୍ବର ଓ୍ୱାର୍ଡ ଦାସସାହି ଗାଁର ବାବୁ ଦାସ ବୋଲି ଜଣାପଡିଛି ।
ସୂଚନା ଯେ, ଶନିବାର ସକାଳ ସମୟରେ ଏକ ପିକ୍ ଅପ୍ ଭ୍ୟାନ୍ଟି ଦ୍ରୁତ ଗତିରେ ସେରଗଡ଼-ଉଦଳା ରାସ୍ତାରେ ଆସୁଥିଲା । ଏହି ସମୟରେ ବାବୁ ଦାସ ସାଇକେଲ୍ ଧରି ରାସ୍ତା ପାର ହେଉଥିବା ବେଳେ ପିକ୍ଅପ୍ ଭ୍ୟାନ୍ଟି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାବୁଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଡ୍ରାଇଭର କୁ ଅଟକ ରଖିଛି। ସେ ମୟୁରଭଞ୍ଜ ଜିଲା ବୈଶିଙ୍ଗା ଅଞ୍ଚଳର ସୁକାନ୍ତ ମହାପାତ୍ର ବୋଲ ଜଣାପଡିଛି।
