ଫୋଟଗ୍ରାଫି ଦେଉଛି ପରିଚୟ
କେନ୍ଦୁଝର : ପାଠ ପଢା ଭିତରେ ନିଶା ତାଙ୍କର ଫୋଟଗ୍ରାଫି, ସେଭଳି ଜଣେ ଯୁବ ଫୋଟଗ୍ରାଫର୍ ହୋଇ ପ୍ରସଂଶା ସାଉଁଟୁ ଛନ୍ତି ସୌମ୍ୟଜିତ ଦାସ (ରାଜ୍) । କେନ୍ଦୁଝର ସହର ଢେଙ୍କାପୁର ଶାସନର ନିବାସୀ ଅକ୍ଷକୁମାର ଦାସ ଓ ମା’ ସବିତା ଦାସଙ୍କ ପୁଅ ହେଲେ ସୌମ୍ୟଜିତ, ଜାଭିଅର ସ୍କୁଲର ୧୧ ଶ୍ରେଣୀ ର ଛାତ୍ର, କିନ୍ତୁ ନିଶା ଫୋଟଗ୍ରାଫି । ସାଧାରଣତଃ ପିଲାମାନେ ପାଠପଢି ଚାକିରୀ କରିବାକୁ ସ୍ୱପ୍ନ ଦେଖୁଥିବାବେଳେ ସୌମ୍ୟଜିତ ଙ୍କର ସପ୍ନ ଫୋଟଗ୍ରାଫି । ଗ୍ଲୋବାଲ ଫୋଟଗ୍ରାଫି କଣ୍ଟେଷ୍ଟ, ସ୍ନାପ ଇଣ୍ଡିଆ, ନେହେରୁ ଯୁବକେନ୍ଦ୍ର ପରି ବହୁ ସଙ୍ଗଠନ ଠାରୁ ପାଇଛନ୍ତି ସେ ପୁରସ୍କାର ଓ ପ୍ରସଂଶା । ସିନେଲାବ ପ୍ରଡକ୍ସନର ନୂଆ ସଟ୍ ଫିଲ୍ମ ‘ସମାରି ‘ ରେ ଡ଼ାଇରେକ୍ଟର ଅଫ ଫୋଟଗ୍ରାଫି ର ଗୁରୁ ଦାୟିତ୍ୱ ନେଇଛନ୍ତି ସୌମ୍ୟଜିତ । ଭବିଷ୍ୟତରେ ଜଣେ ଦକ୍ଷ ଫୋଟଗ୍ରାଫର ହୋଇ ବିଭିନ୍ନ ଚଳଚିତ୍ର ରେ କାର୍ଯ୍ୟ କରିବାର ସ୍ୱପ୍ନ ରଖିଥିବା କହିଛନ୍ତି ସୌମ୍ୟଜିତ ।
