ଏହିସବୁ ରାଶିର ବ୍ୟକ୍ତି ପିନ୍ଧନ୍ତୁ କଇଁଛ ମୁଦି ! ପରିବର୍ତ୍ତନ ହୋଇଥାଏ ଭାଗ୍ୟ, ମିଳିଥାଏ ସଫଳତା
ଭାଗ୍ୟକୁ ଅନୁକୂଳ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ପ୍ରତିକାର କଥା କୁହାଯାଇଛି । ସେହି ପ୍ରତିକାରଗୁଡିକ ମଧ୍ୟରୁ ଆଜି ଆମେ ଚାରୋଟି ରାଶିର ଭାଗ୍ୟୋଦୟ ପାଇଁ ରହିଥିବା ପ୍ରତିକାର ଏବଂ ଉପାୟ ବିଷୟରେ ଆଲୋଚନା କରିବା ।
ବିଭିନ୍ନ ବୃକ୍ଷ, ଲତା, ଜୀବ, ଜନ୍ତୁ, ପଶୁ, ପକ୍ଷୀ ଓ ଇତର ପ୍ରାଣୀ ମଧ୍ୟ ମଣିଷର ଜୀବନକୁ ପ୍ରଭାବିତ କରିଥାନ୍ତି । କେବଳ ଜୀବନ୍ତ ଅବସ୍ଥାରେ ନୁହେଁ, ସେମାନଙ୍କ ଆକୃତି, ଚିତ୍ର, ମୂର୍ତ୍ତି ମଧ୍ୟ ଆମକୁ ବିଭିନ୍ନ ଭାବରେ ଫଲ ପ୍ରଦାନ କରିଥାନ୍ତି । ବାସ୍ତୁ ଶାସ୍ତ୍ର, ଜ୍ୟୋତିଷ ଶାସ୍ତ୍ରରେ ଏସବୁର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ । କିଛି ଆମକୁ ସୁଫଳ ପ୍ରଦାନ କରୁଥିବାବେଳେ କିଛି ବିପରୀତ ଫଳ ମଧ୍ୟ ପ୍ରଦାନ କରିଥାନ୍ତି ।
ମଣିଷ ଜୀବନରେ ସୁଖ, ଦୁଃଖ, ଉତ୍ଥାନ, ପତନ, ଭଲ, ମନ୍ଦ ଲାଗି ରହିଥାଏ । ତେବେ ସବୁ ପରିସ୍ଥିତିରେ ମଣିଷ ନିଜର ଶାନ୍ତି ଓ ସମୃଦ୍ଧି କାମନା କରିଥାଏ । ଏହି ଶାନ୍ତି ସମୃଦ୍ଧି ପାଇଁ ନିଜର କର୍ମ ଯେତିକି ଆବଶ୍ୟକ, ଭାଗ୍ୟ ଅନୁକୂଳ ହେବା ମଧ୍ୟ ସେତିକି ଦର୍କାର । ଅନେକ ସମୟରେ ଆମେ କର୍ମ ତ କରିଥାଉ କିନ୍ତୁ ଭାଗ୍ୟ ଅନୁକୂଳ ହୋଇନଥାଏ । ଫଳରେ ଯେତିକି ଫଳ ମିଳିବା କଥା ତାହା ମିଳିନଥାଏ ।
କୁହାଯାଏ ଯଦି କେତେକ ରାଶିର ବ୍ୟକ୍ତି କଇଁଛର ମୁଦି ଧାରଣ କରନ୍ତି ତେବେ ସେହି ବ୍ୟକ୍ତି ନିଜ ଜୀବନରେ ଅତ୍ୟନ୍ତ ସଫଳ ଏବଂ ଧନୀ ବ୍ୟକ୍ତି ହୋଇଥାନ୍ତି। ଆମେ ସମସ୍ତେ ଜାଣୁ ଯେ, ଭଗବାନ ବିଷ୍ଣୁଙ୍କ ୧୦ ଅବତାର ମଧ୍ୟରୁ କଚ୍ଛପ ଅବତାର ଅନ୍ୟତମ । ତେଣୁ କଇଁଛକୁ ସାଧାରଣ ଜୀବନରେ ଆମେ ଶୁଭ ବୋଲି ବିବେଚନା କରିଥାଉ । ସେହିଭଳି ଫେଙ୍ଗସୁଇ ମଧ୍ୟ କଇଁଛକୁ ଗୁରୁତ୍ବ ଦେଇଥାଏ । ସେହିପରି ଫେଙ୍ଗସୁଇରେ କଇଁଛକୁ ପ୍ରେମର ପ୍ରତୀକ ବୋଲି ଗ୍ରହଣ କରାଯାଇଛି ।
ତେବେ ଆଜି ଆମେ ଏହି ସବୁ ରାଶି ବିଷୟରେ ଜାଣିବା ଯେଉଁମାନେ କଇଁଛର ମୁଦି ପିନ୍ଧିଲେ କୋଟିପତି ହୋଇପାରିବେ। ଏହି ରାଶିଗୁଡ଼ିକ ହେଲା ମେଷ, ସିଂହ, କର୍କଟ ଏବଂ ତୁଳା ରାଶି। ଏହି ରାଶିର ବ୍ୟକ୍ତି ନିଜ ଆଙ୍ଗୁଠିରେ କଇଁଛର ମୁଦି ଧାରଣ କଲେ ତାଙ୍କର କଲ୍ୟାଣ ହେବ ଏବଂ ସେ ନ ଚାହିଁଲେ ମଧ୍ୟ ଧନୀ ହୋଇ ପାରିବେ।
ଏହି ବ୍ୟକ୍ତିଙ୍କୁ ମା’ ଲକ୍ଷ୍ମୀ କୃପା କରିଥାନ୍ତି ଏବଂ ସେମାନେ ଧନୀ ହୋଇପାରିବେ। ଏହି ବ୍ୟକ୍ତିଙ୍କ ଆୟର ସମସ୍ତ ମାର୍ଗ ଆପେଆପେ ଖୋଲିଯାଇଥାଏ। ଏମାନଙ୍କୁ ଜୀବନରେ ଖୁବ୍ ସଫଳତା ମିଳିଥାଏ। ଏମାନଙ୍କ ପରିବାରରେ ଆର୍ଥିକ ସମସ୍ୟାର ମଧ୍ୟ ଅବସାନ ଘଟିଥାଏ। ସେମାନଙ୍କ ଭବିଷ୍ୟତରେ କୌଣସି ଆର୍ଥିକ ସଙ୍କଟ ଦେଖାଯାଇନଥାଏ। ଏବଂ ପରିବାରରେ ମଧ୍ୟ ସୁଖ ସମୃଦ୍ଧି ବଢ଼ିଥାଏ।
