ସକାଳୁ ଉଠି କରନ୍ତୁ ନାହିଁ ଏସବୁ ଭୁଲ୍? ନଚେତ୍ ଦିନସାରା ସମସ୍ୟା ମଧ୍ୟ ଦେଇ ଗତି କରିବେ, ଜାଣନ୍ତୁ କ’ଣ କହୁଛି ବାସ୍ତୁ
Woman stretching in bed after waking up
ସାଧାରଣତଃ ଲୋକେ ବାସ୍ତୁ ଦୋଷ ବା ସମସ୍ୟାକୁ ଦୂର କରିବା ପାଇଁ ଅନେକ ପ୍ରକାରର ଉପାୟ ଆପଣାନ୍ତି । କିନ୍ତୁ ବହୁତ ଚେଷ୍ଟା କରିବା ପରେ ବି ତାଙ୍କୁ ସଫଳତା ହାସଲ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡେ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଥିବା ନିର୍ଜୀବ ବସ୍ତୁ ନକାରାତ୍ମକ ଊର୍ଜା ଉତ୍ପନ୍ନ କରିଥାଏ । ତେବେ ସକାଳୁ ଉଠି ପ୍ରଥମେ ଆମେ ଏହି ସବୁ କାମ କରିଲେ ପୂରା ଦିନଟି ଭଲରେ କଟିଥାଏ । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ…
– ସକାଳୁ ଉଠି ପ୍ରଥମେ ଆଇନା ଦେଖିଥାନ୍ତି । ବାସ୍ତୁଶାସ୍ତ୍ର ଅନୁଯାୟୀ ଏହା ଅଶୁଭ ହୋଇଥାଏ । ଏପରି କରିବା ଦ୍ୱାରା ଦିନସାରା ବ୍ୟକ୍ତିଙ୍କ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡେ । ଏହା ବ୍ୟତୀତ ସକାଳୁ କାହା ଚେହେରା ମଧ୍ୟ ଦେଖିବା ଉଚିତ୍ ନୁହେଁ ।
– ସକାଳୁ ଉଠିବା ମାତ୍ରେ ମନ୍ଦିରର ଘଣ୍ଟି ଶବ୍ଦ କିମ୍ବା ଶଙ୍ଖର ଶବ୍ଦ ଶୁଣିଲେ ଆପଣଙ୍କ ଭିତରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ।
– ଦିନର ଶୁଭାରମ୍ଭ କରିବା ପାଇଁ ସକାଳୁ ଉଠି ପ୍ରଥମେ ନିଜର ଇଷ୍ଟ ଦେବତାଙ୍କର ଧ୍ୟାନ କରନ୍ତୁ । ଏପରି କଲେ ଆପଣଙ୍କ ଆତ୍ମ ବିଶ୍ୱାସ ବଢେ ଓ ଦିନଟି ଭଲରେ କଟେ ।
– ସକାଳୁ ଯଦି ଆପଣ ନଡ଼ିଆ, ଶଙ୍ଖ, ମୟୂର, ଫୁଲ ଆଦି ଦେଖନ୍ତି ତେବେ ଏହା ଶୁଭ ଲକ୍ଷଣ ବୋଲି ଭାବନ୍ତୁ । ଏହି ଦିନ ଆପଣ ଯାହା ବି କାମ କରିବେ ସବୁଥିରେ ସଫଳତା ମିଳିବ ।
– ସକାଳର ଜଳଖିଆ କରିବା ବେଳେ କେବେ ବି କୌଣସି ପଶୁର ନାଁ ପାଟିରେ ଧରନ୍ତୁ ନାହିଁ। ଏପରି କଲେ ଦିନଟି ଭଲରେ କଟେ ନାହିଁ ।
– ସକାଳୁ କିଛି କାମରେ ଘରୁ ବାହାରିବା ସମୟରେ ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ ଝାଡ଼ୁ ମାରୁଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।
– ସକାଳେ ଘରୁ ବାହାରିବା ସମୟରେ ଯଦି ଆପଣ ଧଳା ରଙ୍ଗର ଗାଈ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।
ଆପଣ ଆଇନାର ବ୍ୟବହାର କେଉଁଠି କରିବେ?
– ବାସ୍ତୁ ଶାସ୍ତ୍ର ହିସାବରେ ଆଇନାକୁ ଉନ୍ନତି ଓ ଲାଭ ପାଇଁ ଘରର ଉତ୍ତର-ପୁର୍ବ ଦିଗର କାନ୍ଥରେ ଲଗାଇବା ଉଚିତ । ଏହା ଦ୍ୱାରା ଆର୍ଥିକ ସମସ୍ୟା ଦେଖା ନଦେବା ସହ ଧନ ବୃଦ୍ଧି ହୋଇଥାଏ ।
– ବାସ୍ତୁ ଶାସ୍ତ୍ର ହିସାବରେ ଆଇନା ଓଜନରେ କମ ଓ ବଡ଼ ଆକାରର ହେବା ଉଚିତ ।
– ବେଡରୁମର ଦ୍ୱାର ସାମ୍ନାରେ ଆଇନା ଲଗାଇବା ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ଘରର ସୁଖ ସମୃଦ୍ଧି ବଢିଥାଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
