ଦୁଆରଶୁଣି ଘାଟିରେ ଟ୍ରକ୍କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍, ୧୦ ଆହତ
ବାରିପଦା : ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷିର ଦୁଆରଶୁଣି ଘାଟିରେ ଏକ ବସ୍ ଏକ ଟ୍ରକ୍ ପଛରେ ପିଟି ହୋଇଯିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ଜୟ ହନୁମାନ ନାମକ ଏହି ଘରୋଇ ବସଟି ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ରାଇରଙ୍ଗପୁରରୁ ବାରିପଦା ଆସୁଥିଲା। ବାଙ୍ଗିରିପୋଷିର ଦୁଆରଶୁଣି ଘାଟିରେ ହଠାତ ବସ୍ଟି ଭାରସାମ୍ୟ ହରାଇ ଏକ ଟ୍ରକ୍ ପଛରେ ପିଟି ହୋଇଥିଲା। ବସ୍ର ସାମ୍ନା କାଚ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।
