ବିଜେଡି ନେତାଙ୍କ ବିୟୋଗରେ ପଣସିଆ ବଜାର କମିଟିର ଶୋକ
ବୈଶିଙ୍ଗା : ବୋଡ଼ସାହି ନିର୍ବାଚନ ମଣ୍ଡ ଳିରୋ ରଘୁପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁକାନ୍ତି ସିଂ ଙ୍କ ସ୍ଵାମୀ ବାଗିଲି ସିଂ ଙ୍କ ଆକସ୍ମିକ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁରେ ଆଖପାଖ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶୁକ୍ରବାର ସନ୍ଧ୍ୟାରେ ପଣସିଆ ବଜାର କମିଟି ଶୋକସଭା ପାଳନ କରିଥିଲେ। ଏହି ଶୋକସଭାରେ ପଣସିଆ ବଜାର କମିଟିର ସୁରେଶ ପରିଡା, ଦିଲୀପ ସାହୁ, ମହେଶ୍ବର ଦାସ, ସନାତନ ଦାସ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ତେବେ ତାଙ୍କ ମୃତ୍ୟୁ ଖବର ପାଇବା ପରେ ପଦ୍ମପୁର ନିର୍ବାଚନ ପ୍ରଚାରରେ ଥିବା ବଡ଼ସାହି ପ୍ରାକ୍ତନ୍ ବିଧାୟକ ଗଣେଶ୍ଵର ପାତ୍ର ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
