ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ତୃତୀୟ ଦିବସ
ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତାର ତୃତୀୟ ଦିବସରେ ଆଜି ଇଷ୍ଟଜୋନ ପାଇଁ ୪ଟି ଟିମ ସି. ଭି. ରମଣ ବିଶ୍ୱବିଦ୍ୟାଳୟ, ଜେ.ଏନ.ସି. ବିଶ୍ୱବିଦ୍ୟାଳୟ ବାଲିଆ, ଆଡାମାସ ବିଶ୍ୱବିଦ୍ୟାଳୟ, ଭି.ବି.ଏସ ପୂର୍ବାଂଚଳ ବିଶ୍ୱବିଦ୍ୟାଳୟ ଉତୀର୍ଣ୍ଣ ହୋଇଛନ୍ତି । ଲିଗ୍ ପର୍ଯ୍ୟାୟରେ ଖେଳାଯାଇଥିବା ମ୍ୟାଚ୍ ଗୁଡ଼ିକରେ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟ ୪୩-୧୦ରେ ଓୟୁଏଟିକୁ, ଉତ୍କଳ ବିଶ୍ୱବିଦ୍ୟାଳୟ ୪୯-୩୨ରେ ମୁଙ୍ଗେର ବିଶ୍ୱବିଦ୍ୟାଳୟକୁ, ଏ.ପି.ଏସ୍ ବିଶ୍ୱବିଦ୍ୟାଳୟ ରେୱା ୩୯-୧୬ରେ କଲିକତା ବିଶ୍ୱବିଦ୍ୟାଳୟକୁ, ପାଟଳିପୁତ୍ର ବିଶ୍ୱବିଦ୍ୟାଳୟ ୫୪-୩୪ରେ ଏ.ବି.ଭି ବିଶ୍ୱବିଦ୍ୟାଳୟ ବିଳାସପୁରକୁ, ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟ ୪୬-୪୨ରେ ପାଟନା ବିଶ୍ୱବିଦ୍ୟାଳୟକୁ, ଉତ୍କଳ ବିଶ୍ୱବିଦ୍ୟାଳୟ ୪୭-୨୩ରେ କିଟ୍ ବିଶ୍ୱବିଦ୍ୟାଳୟକୁ, ଆଡାମାସ ବିଶ୍ୱବିଦ୍ୟାଳୟ ୪୧-୧୯ରେ ଏ.ପି.ଏସ୍ ବିଶ୍ୱବିଦ୍ୟାଳୟ ରେୱାକୁ, ପାଟଳିପୁତ୍ର ବିଶ୍ୱବିଦ୍ୟାଳୟ ୫୦-୩୯ରେ ଏଲ୍.ଏନ୍. ମିଥିଳା ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲେ । ଶେଷ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ୮ଟି ଟିମଙ୍କ ମଧ୍ୟରେ ଗୃପ୍ ପର୍ଯ୍ୟାୟ ଫାଇନାଲ୍ ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଦିବସ ରବିବାର ଦିନ ଇଷ୍ଟଜୋନ୍ ପାଇଁ ଉତ୍ତୀର୍ଣ୍ଣ ହୋଇଥିବା ଏହି ୪ଟି ଟିମ୍ଙ୍କ ମଧ୍ୟରେ ପଏଣ୍ଟ ନିର୍ଦ୍ଧାରଣ ପାଇଁ ୬ଟି ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।
