ବାହାନଗା : ବାହାନଗା ବ୍ଲକ ତାଳକୁରୁୂଣିଆରେ ମଙ୍ଗଳବାର ଦିନ ପଞ୍ଚାୟତ ସ୍ଥରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ତାଳକୁରୁୂଣିଆ ପଞ୍ଚୟତର ସରପଞ୍ଚ ସଂଜନା ଯେନା ଉପସ୍ଥିତ ରହି ଫିତାକାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସମିତିସଭ୍ୟା ଗାୟତ୍ରୀ ଯେନା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ପାଢ଼ୀ, ସହକାରୀ ଶିକ୍ଷୟତ୍ରୀ ସ୍ନେହଲତା ପାଣିଗ୍ରାହୀ, ପଞ୍ଚାୟତର କାର୍ଯ୍ୟ ନିର୍ବାହି ଅଧିକାରିଣୀ ଯଶୋଦା ନାୟକ, ପଂଚାୟତର ସମସ୍ତ ୱାର୍ଡ଼ସଭ୍ୟା ପ୍ରମୁଖ ମଞ୍ଚାସିନ ହୋଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ପ୍ରତିଯୋଗିତାରେ ପଞ୍ଚାୟତର ବିଭିନ୍ନ ସ୍କୁଲରୁ ୧୦୦ଜଣ ପ୍ରତିଯୋଗି ଭାଗ ନେଇଥିଲେ । ସର୍ବମୋଟ ୩୧ ଜଣଙ୍କୁ ପୁରଷ୍କୃତ କରାଯାଇଛି ।ଏହି ପ୍ରତିଯୋଗିତାକୁ କ୍ରୀଡ଼ା ଶିକ୍ଷକ ଆଶିଷ ବେହେରା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରବିନ୍ଦ୍ର କୁମାର ସାହୁ, ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ, ଶଶିକାନ୍ତ ସାହୁ, ମହେନ୍ଦ୍ର ଯେନା, ଜୟଦେବ ଆଚାର୍ଯ୍ୟ, ବ୍ରଜମୋହନ ଆଚାର୍ଯ୍ୟ, ରବିନ୍ଦ୍ର ମଲ୍ଲିକ, ରବିନ୍ଦ୍ର ମହାରଣା,କେଦାରଚରଣ ପୁଷ୍ଟି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Post Views: 32,779