ଭାରତ ସହିତ ଶାନ୍ତିପୂର୍ଣ୍ଣ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କଲେ ପାକ ସେନା ମୁଖ୍ୟ
ଇସଲାମାବାଦ: ଭାରତ ସହିତ ଶାନ୍ତି ପୂର୍ଣ୍ଣ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କଲେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ବାଜୱା। ପାକିସ୍ତାନକୁ ନିଆଁର ବଳୟରୁ ରକ୍ଷା କରିବାକୁ ହେଲେ କାଶ୍ମୀର ସମେତ ସମସ୍ତ ବିବାଦୀୟ ବିଷୟରେ ଭାରତ ସହିତ ଶାନ୍ତିପୂର୍ଣ୍ଣ ଓ କୁଟନୈତିକ ସ୍ତରରେ ଆଲୋଚନା କରି ସମାଧାନ କରିବା ଆବଶ୍ୟକ ବୋଲି ବାଜୱା କହିଛନ୍ତି।
ଦୁଇ ଦିବସୀୟ ଇସଲାମାବାଦ ସୁରକ୍ଷା ବାର୍ତ୍ତା ସମ୍ମିଳନୀର ଉଦ୍ଯାପନୀ ଉତ୍ସବରେ ଯୋଗ ଦେଇ ଏପରି କହିଛନ୍ତି ଜେନେରାଲ ବାଜୱା। ଏହି ସମ୍ମିଳନୀରେ ବ୍ୟାପକ ସୁରକ୍ଷା ଓ ଅନ୍ତର୍ଜାତୀୟ ସହଯୋଗରେ ପୂନର୍କଳ୍ପନା ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ପାକିସ୍ତାନ ଓ ଅନ୍ତର୍ଜାତୀୟ ସ୍ତରରେ ନୀତି ବିଶେଷଜ୍ଞମାନେ ଯୋଗ ଦେଇଥିଲେ।
ଏହି ସମୟରେ ବାଜୱା କହିଥିଲେ ଯେ ଉପକୂଳବର୍ତ୍ତୀ ଦେଶ ଓ ଅନ୍ୟାନ୍ୟ ଦେଶ ସହିତ ବିଶ୍ୱର ଏକ ତୃତୀୟଂଶ ଅଞ୍ଚଳ କୌଣସି ନା କୌଣସି କାରଣକୁ ନେଇ ଯୁଦ୍ଧ ଓ ହିଂସାରେ ଲିପ୍ତ ରହିଛି। ତେଣୁ ସବୁଠାରୁ ଗୁରୁତୁପୂର୍ଣ୍ଣ କଥା ହେଲା ଆମକୁ ଅମ ନିଜ କ୍ଷେତ୍ରକୁ ଏଇ ହିଂସାର ନିଆଁରୁ ସୁରକ୍ଷିତ ରଖିବା। ଭାରତ ସହିତ ଆଲୋଚନା ନେଇ ବାଜୱା କହିଥିଲେ ଯେ ପାକିସ୍ତାନ କାଶ୍ମୀର ସମେତ ଅନ୍ୟ ସମସ୍ତ ବିବାଦୀୟ ପ୍ରସଙ୍ଗ ବିଷୟରେ ଭାରତ ସହ ଆଲୋଚନା କରି କୂଟନୌତିକ ସ୍ତରରେ ସାମାଧାନ କରିବାକୁ ଚାହେଁ। ହେଲେ ଭାରତ ଚାହିଁଲେ ପାକିସ୍ତାନ ଏ କ୍ଷେତ୍ରରେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ବାଜୱା କହିଛନ୍ତି।
