ସୀମା ସୁରକ୍ଷା ନେଇ ପ୍ରତିକ୍ରିୟା ରଖିଲେ ପାକିସ୍ତାନ ସେନା ମୁଖ୍ୟ
ଇସଲାମାବାଦ : ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ବାଜୱା କହିଛନ୍ତି ସୀମାରେ ଶାନ୍ତି ଓ ସ୍ଥିରତା ପାଇଁ କଶ୍ମୀର ସମସ୍ୟାର ସମଧାନ କରିବା ଜରୁରୀ । ସୌଦିର ବୌଦେଶିକ ମନ୍ତ୍ରୀ ଫୌସଲ ବିନ ଫରହାନ ଅଲ ସଉଦଙ୍କ ସହ ବସିଥିବା ଏକ ବୌଠକରେ ଜେନେରାଲ ବାଜୱା ଏହା କହିଛନ୍ତି । ଆଫଗାନିସ୍ତାନ ସମସ୍ୟାକୁ ନେଇ ଆୟୋଜିତ ଇସଲାମିକ ସହଯୋଗ ସଙ୍ଗଠନରେ ବୌଠକରେ ବୌଦେଶିକ ମନ୍ତ୍ରୀଙ୍କ ୧୭ ତମ ବୌଦେଶିକ ମନ୍ତ୍ରୀଙ୍କ ୧୭ ତମ ବୌଠକରେ ବାଜୱା ଏହି କଥା ଉଠାଇଛନ୍ତି ।
ଏହି ବୌଠକରେ ସୀମା ସୁରକ୍ଷା, ଆଫଗାନିସ୍ତାନରେ ବର୍ତ୍ତମାନର ସ୍ଥିତି ଓ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ଫକୁ ନେଇ ଆଲୋଚନା ହୋଇଥିଲା ।ମିଳିଥିବା ସୂଚନାରୁ ଜଣାପଡିଛି କି ଜେନେରାଲ ବାଜୱା ‘ଦକ୍ଷିଣ ଏସିଆରେ ସ୍ଥିରତା ପାଇଁ କଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ’ ଜରୁରୀ ବୋଲି ଜୋର ଦେଇ କହିଥିଲେ । ଆଉ ଦୋହରାଇ ଥିଲେ କି ପାକିସ୍ତାନ ସୀମାରେ ଶାନ୍ତି ପାଇଁ ପଡୋଶୀ ଦେଶମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ଫକ ପ୍ରତିଷ୍ଠା କରିବା ପାଇଁ ଚାହୁଁଛି । ଭାରତ ବି ସବୁବେଳେ କହିଆସିଛି କି ଆତଙ୍କବାଦ ଓ ହିଂସା ମୁକ୍ତ ବାତାବରଣରେ ସମସ୍ୟାର ସମାଧାନ ଚାହିଁଛି ।
