ଭାରତୀୟ କୁସ୍ତୀ ମହାସଂଘ ବିରୋଧରେ ଧାରଣାରେ ବସିଲେ ପହଲବାନ ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ
ନୂଆଦିଲ୍ଲୀ : ଅଲମ୍ପିକରେ ଭାରତକୁ ମେଡାଲ ଦେଇଥିବା ଖେଳାଳୀ ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲ୍ଲିକ ଏବେ ଭାରତୀୟ କୁସ୍ତୀ ମହାସଂଘ ବିରୋଧରେ ଛିଡ଼ାହୋଇଛନ୍ତି । ରେସଲର ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ସହିତ ଦେଶର ଜଣାଶୁଣା ଖେଳାଳୀ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣା ପ୍ରଦର୍ଶନ କରୁଛନ୍ତି । ଏ ସମ୍ବନ୍ଧରେ ବଜରଙ୍ଗ ପୁନିଆ ଟ୍ୱୀଟ୍ କରି ଫେଡେରେଶନ ବିରୋଧରେ ଅଭିଯୋଗ କରିଛନ୍ତି ।ସେମାନେ କହିଛନ୍ତି ଯେ ଯଦିଓ କାୟଦା କାନୁନ୍ ଲଗାଇ ଖେଳାଳୀଙ୍କୁ ପ୍ରତାଡ଼ିତ କରାଯାଉଛି । ଖେଳାଳୀମାନେ ଭାରତୀୟ କୁସ୍ତୀ ମହାସଂଘର ଅଧ୍ୟକ୍ଷଙ୍କୁ ହଟାଇବା ଦାବି କରିଛନ୍ତି । ଅପରପକ୍ଷରେ ସାକ୍ଷୀ ମଲ୍ଲିକ କହିଛନ୍ତି ଯେ ଖେଳାଳୀ ଦେଶ ପାଇଁ ପଦକ ଜିତିବା ପାଇଁ କଠୋର ପରିଶ୍ରମ କରନ୍ତି, କିନ୍ତୁ ଫେଡେରେସନ ଆମକୁ ଛୋଟ ଦେଖାଇବା ବ୍ୟତୀତ କିଛି କରୁନାହିଁ ।
