ପାଣିପାଗ ବିଭାଗର ଯୋଶୀମଠରେ ବର୍ଷା ଏବଂ ବରଫପାତର ଚେତାବନୀ, ବଢ଼ିବ ପ୍ରଭାବିତଙ୍କ ଅସୁବିଧା
ଡେରାଡୁନ : ଉତରାଖଣ୍ଡ ପାଣିପାଗ ବିଭାଗର ଚେତାବନୀରେ ଯୋଶୀମଠର ବିପର୍ଯ୍ୟୟ ପୀଡିତଙ୍କ ଅସୁବିଧା ବଢ଼ିପାରେ । ପାଣିପାଗ ବିଭାଗ ଜାରି ଆଲର୍ଟ ଅନୁଯାୟୀ ପ୍ରଭାବିତ ଅଂଚଳରେ ୨୩ ଜାନୁଆରୀରୁ ନେଇ ୨୭ ଜାନୁଆରୀ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଏବଂ ବରଫପାତ ହେବାର ସମ୍ଭାବନା ଜଣାଯାଇଛି । ଏହି ଆପଦା କାରଣରୁ ଏବେ ପର୍ଯ୍ୟନ୍ତ ୪୪୯ ଘରକୁ ଖାଲି କରାଯାଇଛି, ଯେଉଁଥିରେ ରହୁଥିବା ଏକହଜାର ପାଖାପାଖି ଲୋକ ଉଦ୍ଧାର ଶିବିରରେ ରହୁଛନ୍ତି, ତେବେ ପ୍ରାୟ ୯୦୦ ଘରେ ଫାଟ ଆସିଯାଇଛି ।
