ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଓଡ଼ିଆ ଅଭିନେତା ପିଂଟୁ ନନ୍ଦ
ଭୁବନେଶ୍ୱର : ଓଡିଆ ଫିଲ୍ମ ଅଭିନେତା ଉନ୍ନତ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଯାଇଛନ୍ତି । ଆଜି ସକାଳୁ ଭୁବନେଶ୍ୱର ବିମାନବନ୍ଦରରେ ପହଂଚି ସେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସେଠାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ ବୋଲି ପରିବାର ପକ୍ଷରୁ କୁହା ଯାଇଛି । ସେଠାରେ ପିଂଟୁ ନନ୍ଦଙ୍କ ଲିଭର୍ ଟ୍ରାନ୍ସପ୍ଲାଂଟ କରାଯିବ ବୋଲି ସୂଚନା ମିଳିଛି । ଉଲ୍ଲେଖନୀୟ ଯେ ଲିଭର୍ ସିରୋସିସ୍ରେ ପୀଡ଼ିତ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ପିଂଟୁ ଚିକିତ୍ସିତ ହେଉଥିଲେ । ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ତେଣୁ ସେ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି ।
