ଓଡିଶା ଅପରାଧ କ୍ଷେତ୍ରରେ ପ୍ରଥମ ସ୍ଥାନରେ – ବିଜେପି
ଭୁବନେଶ୍ୱର : ଅପରାଧ କ୍ଷେତ୍ରରେ ଓଡିଶା ପ୍ରଥମ ସ୍ଥାନରେ । ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ଏଠାରେ ସାଧାରଣ ଜନତା ଏଠି ସୁରକ୍ଷିତ ନାହାନ୍ତି ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଆଶା ଲାକଡା । ଏଠାରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଜଙ୍ଗଲ ରାଜ ଭଳି । ମହିଳା,ଶିଶୁ ଅପରାଧିକ ମାମଲା ଓଡିଶାରେ ଅଧିକ । ଏଠାରେ ମହିଳା, ଶିଶୁ, ନେତା ବା ମନ୍ତ୍ରୀ କେହି ବି ସୁରକ୍ଷିତ ନୁହନ୍ତି । ସାଧାରଣ ଲୋକ ଗୁଣ୍ଡାଙ୍କୁ, ମାଫିଆକୁ, ଅପହରଣକାରୀ, ପୁଲିସକୁ ଡରୁଛନ୍ତି । ପୁଲିସର ଦାଇତ୍ୱ ହେଉଛି ସାଧାରଣ ଜନତାର ସୁରକ୍ଷା କିନ୍ତୁ ପୋଲିସ ଗୁଣ୍ଡା ହୋଇ ତାଣ୍ଡବ କରୁଛି ବୋଲି ସେ କହିଛନ୍ତି ।
