ପୁଣି ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଝିଅ
ନୂଆଦିଲ୍ଲୀ : ଓଡିଶାର ସମ୍ବଲପୁରର ଅନ୍ୱେଶା ଆଦିତ୍ୟ ମହାପାତ୍ର ମିସ୍ ଇଣ୍ଡିଆ ପ୍ଲାନେଟ୍ ୨୦୨୨ ରେ ଦ୍ୱିତୀୟ ରନର୍ସଅପ୍ ଟ୍ରଫି ଜିତିଛନ୍ତି। ଆଗକୁ ଗ୍ଲେମର ଜଗତରେ ନିଜ ପ୍ରତିଭା କୁ ପ୍ରଦର୍ଶନ କରିବାକୁ ଇଚ୍ଛା ରଖିଥିବା ସେ କହିଛନ୍ତି। ଏହା ପୂର୍ବରୁ ସେ ୨୦୧୯ ରେ ସୁନ୍ଦରୀ ଓଡ଼ିଆ ଟାଇଟଲ ହାତେଇ ଥିଲେ।
ବାପା ଅମୃତ ମହାପାତ୍ର ସମ୍ବଲପୁର ଭୁବନେଶ୍ୱର ଦୁରଦର୍ଶନରେ ଉପସ୍ଥାପକ ଭାବେ କାମ କରୁଛନ୍ତି। ବାପା ମା’ଙ୍କ ପ୍ରେରଣା ପାଇଁ ସେ ଆଜି ଏହି ଟ୍ରଫି ଜିତି ଥିବା କହିଛନ୍ତି। ମଡେଲିଂ ବ୍ୟତୀତ ଅନୱେଶା ମଧ୍ୟ ଜଣେ ଭଲ ଛାତ୍ର ହେବାରେ ସଫଳ ହୋଇଛନ୍ତି। ସେ ସମ୍ବଲପୁରର ଗଙ୍ଗାଧର ମେହେର କଲେଜରୁ ସୂଚନା ବିଜ୍ଞାନ ଏବଂ ଟେଲି ଯୋଗାଯୋଗରେ ସ୍ନାତକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ବିଜୟୀ ଏବଂ ପ୍ରଥମ ରନର୍ସଅପ୍ ହୋଇଥିବା ଦୁଇ ଜଣ ସୁନ୍ଦରୀ ଦୁବାଇରେ ପ୍ରବାସୀ ଭାରତୀୟ ହୋଇଥିବାରୁ ସେମାନଙ୍କଠୁ ବହୁତ୍ କିଛି ଶିଖିବାକୁ ମିଳିଥିବା ସେ କହିଛନ୍ତି। ସେ ୧୬ ବର୍ଷ ବୟସରେ ନିଜର ଅଭିଳାଷ ଉପରେ କାର୍ୟ୍ୟ କରିବା ଆରମ୍ଭ କରିଥିଲେ ଏବଂ ଶେଷରେ ଜାତୀୟ ସ୍ତରରେ ରାଜ୍ୟକୁ ପ୍ରତିନିଧିତ୍ୱ କରିବାରେ ସକ୍ଷମ ହୋଇଥିଲେ। ଖବର ଅନୁଯାୟୀ, ଅନ୍ୱେଶା ଜଣେ ତାଲିମପ୍ରାପ୍ତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ, ୟୁଟ୍ୟୁବର୍ ଏବଂ ସୋସିଆଲ୍ ଖୁବ୍ ସକ୍ରିୟ ରୁହନ୍ତି ।
