ଆତଙ୍କବାଦୀ ଆକ୍ରମଣରେ ଜଣେ ସିଆରପିଏଫ ଯବାନ ସହିଦ
Sopore: Soldiers during an encounter with militants in which two militants were killed in Jammu and Kashmir's Sopore town on Feb 22, 2019. (Photo: IANS)
ଶ୍ରୀନଗର : ଶ୍ରୀନଗରର ଲାଲଚୌକରେ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ) ଉପରେ ସୋମବାର ଆକ୍ରମଣ କରିଛିନ୍ତି ଆତଙ୍କବାଦୀ । ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ସେହିପରି ଅନ୍ୟ ଜଣେ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି । ଆହତ ଯବାନଙ୍କୁ ଏସଏମଏଚଏସ ହସ୍ପିଟାଲରେ ଭର୍ତି କରାଯାଇଛି । ଖବର ପାଇ ପୋଲିସ ଓ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଂଚିଥିଲେ । ପରେ ସେମାନେ ସମ୍ପୃକ୍ତ ଅଂଚଳକୁ ଘେରାବନ୍ଦି କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏହାପୂର୍ବରୁ ସୋମବାର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀମାନେ ୨ଜଣ ବାହାର ରାଜ୍ୟର ଲୋକଙ୍କୁ ଗୁଳିକରି ହତ୍ୟା କରିଛନ୍ତି ।
