ଆଜି ଲଘୁଚାପ ହେବା ପରେ ହିଁ ବାତ୍ୟା ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳି ପାରିବ : ଆଇଏମଡି ଡିଜି
ଭୁବନେଶ୍ୱର : ଅଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପର ଓଡିଶା ଉପରେ କୌଣସି ପ୍ରଭାବ ପଡିବାର ସମ୍ଭାବନା ନାହିଁ । ଆଜି ଲଘୁଚାପ ହେବା ପରେ ହିଁ ବାତ୍ୟା ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳି ପାରିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ କୁହାଯାଇଛି ।
ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ମହାନିର୍ଦେଶକ ମୃତ୍ୟୁଂଜୟ ମହାପାତ୍ର କହିଛନ୍ତି ଯେ ବର୍ତମାନ ସୁଦ୍ଧା ଆମେ ବାତ୍ୟା ସମ୍ପର୍କରେ କିଛି ପୂର୍ବାନୁମାନ କରି ନାହୁଁ । ଆଜି ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଆମେ ପୂର୍ବାନୁମାନ କରିବା ସ୍ଥିତିରେ ଆସିବୁ । ଆମେ ବର୍ତମାନ ସୁଦ୍ଧା ବାତ୍ୟାର ପୂର୍ବନୁମାନ କରି ନାହୁଁ, ଆମେ କୌଣସି ପ୍ରକାର ଲୋକଙ୍କୁ ଅଯଥାରେ ଆତଙ୍କିତ କରିବାକୁ ଚାହୁଁ ନାହୁଁ ବୋଲି ସେ କହିଛନ୍ତି ।
