ସଡକ ଦୁର୍ଘଟଣାରେ ଜଣେ ମୃତ
କେନ୍ଦୁଝର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନରଣପୁର ଗୋଡା ସାହିରେ ସଡକ ଦୁର୍ଘଟଣାରେ ଜଣେ ମୃତ । ଏକ ଟ୍ରାକ୍ଟର ଚଢି ଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଜଣକ ଗୋଡା ସାହିର ମଙ୍ଗଳୁ ନାଏକ ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଜମା ହେବା ସହ ଉତ୍ତେଜନା ଦେଖାଦେଇଛି । ଗରିବ ଶ୍ରେଣୀର ହୋଇଥିବାରୁ କ୍ଷତିପୂରଣ ଦାବିରେ ଶବକୁ ରଖି ରାସ୍ତା ରୋକ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିଲେ ଲୋକେ ।
