ମାଙ୍ଗାନିଜ ବୋଝେଇ ୧୪ ଚକିଆ ଟ୍ରକ୍ ଜବତ, ୭ ଗିରଫ
ବଡ଼ବିଲ : ମାଙ୍ଗାନିଜ ଚୋରା ଚାଲାଣ ବେଳେ ଧରିଲା ବଡ଼ବିଲ ପୋଲିସ । ବଡ଼ବିଲ, ଟଣ୍ଟୋ ନିକଟରୁ ମାଙ୍ଗାନିଜ ବୋଝେଇ ଏକ ୧୪ ଚକିଆ ଟ୍ରକ୍ ଜବତ ହେବା ସହ ସହିତ ୭ ଗିରଫ । ଏଥିସହ ଗୋଟିଏ ବାଇକ୍, ୮ଟି ମୋବାଇଲ ଓ ନଗଦ ୫୫ ହଜାର ଟଙ୍କା ଜବତ କରାଯାଇଛି।
ସୂଚନା ଯେ, ସୁନ୍ଦରଗଡ଼ ଜିଲା କୋଇଡ଼ା ଖଣି ମଣ୍ଡଳ ମାଲଦା ସଂରକ୍ଷିତ ଜଙ୍ଗଲରୁ ମଧ୍ୟରୁ ଏହି ମାଙ୍ଗାନିଜ ଖୋଳାଯାଇ ଟ୍ରକ ଯୋଗେ ଛତିଶଗଡ଼କୁ ଚୋରା ଚାଲାଣ ହେଉଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ଟ୍ରକ୍ରେ ୨୦ ମେଟ୍ରିକ୍ ଟନ୍ ମାଙ୍ଗାନିଜ ବୋଝେଇ ହୋଇଛି । ଯାହାର ବଜାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଗିରଫ ମାନଙ୍କ ମଧ୍ୟରେ ଗାଡ଼ି ଚାଳକ, ଦୁଇଜଣ ଦଲାଲ, ଦୁଇଜଣ ସ୍ଥାନୀୟ ବ୍ୟକ୍ତି ଓ ମାଙ୍ଗାନିଜ କିଣିବାକୁ ଆସିଥିବା ଦୁଇଜଣ ଚୋରା ବ୍ୟାପାରୀଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ସେହିପରି ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଫେରାର ଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବଡ଼ବିଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
