କେନ୍ଦୁଝରରେ ଗୋଠଛଡା ଦନ୍ତା ହାତୀର ଆକ୍ରମଣରେ ଜଣେ ମୃତ
କେନ୍ଦୁଝର : କେନ୍ଦୁଝର ରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏବେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଂଚଳରେ ବଣୁଆ ହାତୀଙ୍କର ଉପଦ୍ରବ ବଢି ବଢି ଚାଲିଛି । ଯେଉଁଥିପାଇିଁ ଅନେକ ସମୟରେ ମଣିଷ ଓ ହାତୀଙ୍କ ମଧ୍ୟରେ ଲଢେଇ ଜାରି ରହିଛି । ଏଥିରେ କେତେବେଳେ ହାତୀ ତ କେତେବେଳେ ମଣିଷଙ୍କର ଦୁଃଖଦ ମୃତ୍ୟୁ ହେଉଚି । ଇତି ମଧ୍ୟରେ କେନ୍ଦୁଝରରେ ଅନୁରୂପ ଏକ ଘଟଣା ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲାର ସଦର ରେଞ୍ଜ ଅନ୍ତର୍ଗତ ବାରିଖଣ୍ଡା ଗ୍ରାମ ନିକଟସ୍ଥ ଜଙ୍ଗଲ କୁ ଏକ ଗୋଠ ଛଡା ଦନ୍ତା ହାତୀ ଚାଲି ଆସିଥିଲା । ଆଜି ସକାଲୁ ହଜାର ହଜାର ସଂଖ୍ୟକ ଲୋକ , ଯୁବକ ଦନ୍ତା ହାତୀକୁ ଦେଖିବାକୁ ରୁଣ୍ଡ ହୋଇଥିଲେ । ରୁଣ୍ଡ ହୋଇଥିବା ଲୋକମାନେ ହାତୀକୁ କେହି କାହାର ଗ୍ରାମକୁ ନପୁରାଇ ଦେବାକୁ ତା ଚାରିପଟେ ଜଗି ରହିଥିଲେ । ବନ କର୍ମଚାରୀ ଙ୍କ ସହ ପୋଲିସ କର୍ମଚାରୀ ସେଠାରେ ଉପସ୍ଥାତ ରହି ହାତୀ ୁତ୍ୟକ୍ତ ନକରିବାକୁ କିମ୍ବା ଟେକା ପଥର ନମାରିବାକୁ ଲୋକମାନଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ବାରମ୍ବାର ସଚେତନ କରିଥିଲେ । ତାହା ସତ୍ୱେ ଅପରାହ୍ନ ପ୍ରାୟ ସାଢେ ଚାରିଟା ସମୟରେ ହଠାତ୍ କିଛି ଲୋକ ଜଙ୍ଗଲ ମଧ୍ୟକୁ ପଶି ଯାଇଥିଲେ ଏବଂ ଦନ୍ତା ହାତୀକୁ ପଛପଟୁ ଟେକା ପଥର ମାଡ କରିଥିଲେ । ଫଲରେ ହାତୀ ଦୈଡିବାକୁ ଆରମ୍ଭ କରିଥିୁଲା । ସେ ସମୟରେ ନୀଳାମ୍ବର ନାମକ ଜମେ ବ୍ୟକ୍ତି ହାତୀର ସମ୍ମୁଖରେ ପଡିଗଲେ । ଦନ୍ତା ହାତୀଟି ତାଙ୍କୁ ଟେକି କଚାଡି ଦେବା ସହ ପାଦରେ ଦଳି ଦେଇଥିଲା । ଛାତିକୁ ମଧ୍ୟ ଦାନ୍ତରେ ଭୁଷି ଦେବା ସହ ଅଣ୍ଡକୋଷକୁ ପାଦରେ ମାଡି ଦେଇଥିଲା । ବନ ବିଭାଗ ଗୁରୁତର ଅବସ୍ଥାରେ ନୀଲାମ୍ବରକୁ ଘଟଣା ସ୍ଥଳରୁ ଉଦ୍ଧାକ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନୀଳାମ୍ବରଙ୍କର ମୃତ୍ୟୁ ହୋଇଯାଇଛି । ମୃତ ନିଳାମ୍ବର ବେହେରାଙ୍କ ଘର ଯାମୁନାଳିଆ ଗରାମରେ ବୋଲି ଜଣା ପଡିଛି । ସେ ହାତୀ ପାଖକୁ କାହିଁକି ଓ କିପରି ଆସିଥିଲେ ତାହା ଜଣା ପଡିନାହିଁ ।
