ଘନକୁହୁଡି ଯୋଗୁଁ ସିରିଜ୍ ଦୁର୍ଘଟଣାରେ ଜଣେ ମୃତ, ୪ ଆହତ
ଭଦ୍ରକ : ଆଜି ସକାଳେ ଘନ କୁହୁଡି ଯୋଗୁଁ ଭଦ୍ରକରେ ଘଟିଛି ତିନି ତିନିଟା ସିରିଜ୍ ସଡକ ଦୁର୍ଘଟଣା । ଏହି ସିରିଜ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଏଥିରେ ଆହତ ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଆଜି ସକାଳେ ୧୬ନଂ ଜାତୀୟ ରାଜପଥ ଭଦ୍ରକ ସହର ଉପକଣ୍ଠ ଗେଲପୁର ନିକଟରେ ବୋଲେରୋ-ଇଣ୍ଡିକା ପରସ୍ପର ଧକ୍କା ହେବା ଫଳରେ ଚାରିଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନୁରୂପ ଚିଙ୍ଗିଡିପୁର ଠାରେ ଏକ କଣ୍ଟେନର ଓ ଟ୍ରକ୍ ସହ ଧକ୍କା ହୋଇ ଜଣକର ମୃତ୍ୟୁ ଘଟିଛି । ଅନ୍ୟ ଟ୍ରକ୍ଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛି । ସେହିଭଳି ନଳାଙ୍ଗ ଠାରେ ଏକ କାର୍ ଜାତୀୟ ରାଜପଥର ଡିଭାଇଡରକୁ ପିଟି ଦୁର୍ଘଟଣାଗ୍ରସ୍ଥ ହୋଇ ମାଟି ଗଦା ଉପରକୁ ଚଢିଯାଇଛି । ଏଥିରେ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି । ସିରିଜ୍ ସଡକ ଦୁର୍ଘଟଣାର ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଶବକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏବଂ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇ ପୁଲିସ୍ ତଦନ୍ତ ଜାରି ରଖିଥିବାର ଜଣାପଡିଛି ।
