ପିପିଲିରେ ବିଜେଡିର ପ୍ରତିଷ୍ଠା ଦିବସ, ଏକାଠି ହେଲେ କର୍ମୀ
ପିପିଲି : ପିପିଲିରେ ଦମ ଦେଖାଇଛି ବିଜେଡି। ଦଳର ପ୍ରତିଷ୍ଠା ଦିବସରେ ଏକାଠି ହେଲେ ହଜାର ହଜାର କର୍ମୀ।ବିଶେଷ କରି ମହିଳାଙ୍କ ଉପସ୍ଥିତିରେ ଲୋକାରଣ୍ୟ ହୋଇଥିଲା ସଭା ସ୍ଥଳ।
ଆଜି ପିପିଲି ବିଜୁ ଜନତା ଦଳ ମୁଖ କାର୍ଯ୍ୟାଳୟ ଠାରେ ପାଳନ ହୋଇଛି ଦଳର ୨୫ତମ ପ୍ରତିଷ୍ଠା ଦିବସ। ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର। ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନଥିବା ବେଳେ ପିପିଲି ବିଜୁ ଜନତା ଦଳର ଗଡ଼ ହୋଇଥିବାରୁ ଆଗାମୀ ନିର୍ବାଚନରେ ଦଳ ଏଠି ସୁନିଶ୍ଚିତ ବିଜୟ ବାନା ଉଡାଇବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ ସାଂସଦ ଶ୍ରୀ ମିଶ୍ର। ସେହିଭଳି ଦଳ କିପରି ଅଧିକ ମଝଭୁତ ହୋଇ ପାରିବ ଆସନ୍ତା ସାଧାରଣ ନିର୍ବାଚନରେ ପୂର୍ଣ୍ଣବାର ବିଜେଡି ସରକାର ଗଠନ କରି ବିକାଶଧାରାକୁ ଆଗେଇ ନେବ ସେ ସମ୍ପର୍କରେ ମତ ରଖିଥିଲେ ନିର୍ବାଚନ ମଣ୍ଡଳୀରୁ ଯୋଗ ଦେଇଥିବା କର୍ମୀମାନେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସହିତ ମହିଳା ସଶକ୍ତିକରଣକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଏବଂ ଏନଏସି ଅଧ୍ୟକ୍ଷ/ଅଧକ୍ଷା, ଜିଲାପରିଷଦମାନଙ୍କ ସହିତ ବିଭିନ୍ନ ଲୋକ ପ୍ରତିନିଧି ମାନେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।
