ୱାନ୍ଏରିକ୍ ଏଜୁକେସନ ଆଣ୍ଡ ଟେକ୍ନୋଲୋଜି କଲେଜର ଉଦ୍ଘାଟନ
ପିପିଲି : ଭୁବନେଶ୍ୱର-ପୁରୀ ମୁଖ୍ୟରାସ୍ତା ପିପିଲି ତେଇଶିମାଇଲ ଛକ ଠାରେ ନୂତନ ଭାବେ ହୋଇଥିବା ୱାନ୍ଏରିକ୍ ଏଜୁକେସନ ଆଣ୍ଡ ଟେକ୍ନୋଲୋଜି କଲେଜର ଆଜି ଶୁଭ ଉଦଘାଟନ ହୋଇଯାଇଛି । ଉଦଘାଟନି କାର୍ଯ୍ୟକ୍ରମରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୱାନ୍ଏରିକ୍ ଏଜୁକେସନ ଆଣ୍ଡ ଟେକ୍ନୋଲୋଜି କଲେଜକୁ ଶୁଭ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ସଭ୍ୟ ଧରଣୀଧର ସାହୁ, ଜିଲା ସମବାୟ ସଭାପତି କିଶୋର ଛୋଟରାୟ, ସାଂସଦ ପ୍ରତିନିଧି ନାରାୟଣ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ସାମିଲ ହୋଇଥିଲେ ।
ତେବେ ଏହି କଲେଜରେ ଆଗାମୀ ଯୁବଗୋଷ୍ଠୀ ମାନଙ୍କୁ କମ ମୁଲ୍ୟରେ ଉନ୍ନତ ମାନର ବିଭିନ୍ନ ଶିକ୍ଷାଦାନ ର ବ୍ୟବସ୍ଥା ରହିଥିବାରୁ ବିଧାୟକ ଖୁସିବ୍ୟକ୍ତ କରିବା ସହ ଆଗାମୀ ଦିନରେ ଶିକ୍ଷାଦାନ ପ୍ରଣାଳୀକୁ ଆହୁରି ଉନ୍ନତ ମାନର କରିବା ପାଇଁ କଲେଜ କର୍ତ୍ତୁପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଏହି କଲେଜରେ ଯୁବଗୋଷ୍ଠୀ ମାନଙ୍କୁ କମ ମୁଲ୍ୟରେ ଶିକ୍ଷାଦାନ କରିବା ସହ ଆଗାମୀ ଦିନରେ କର୍ମଜୀବି କରିିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏବଂ ଏସ୍ଟି, ଏସ୍ସି ପିଲା ମାନଙ୍କୁ ମାଗଣା ଆଡମିସନର ବ୍ୟବସ୍ଥା ରହିଥିବାର କଲେଜ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ରାୟ କହିଛନ୍ତି ।
