ଷଷ୍ଠ ଦିନରେ କଂଗ୍ରେସର ଭାରତ ଯୋଡ଼-ଓଡ଼ିଶା ପରିବର୍ତନ ଯାତ୍ରା
ଭୁୁବନେଶ୍ୱର : “ଭାରତ ଯୋଡ଼-ଓଡ଼ିଶା” ପରିବର୍ତନ ଯାତ୍ରା ଷଷ୍ଠ ଦିନରେ ମଙ୍ଗଳବାର ପାଣିକୋଲି କଲେଜ ପଡ଼ିଆ ଠାରୁ ବାହାରିଥିଲା । ସେବାଦଳର ଏହି ଯାତ୍ରାର ଇନଚାର୍ଜ ମନୋଜ ସାହୁ ସକାଳ ୮ଟା ବେଳେ ଶୋଭାଯାତ୍ରା ଆରମ୍ଭ କରିବାପାଇଁ ଶ୍ରୀ ପଟ୍ଟନାୟକଙ୍କ ପତାକା ପ୍ରଦାନ କରିଥିଲେ । କୋରେଇ ବ୍ଲକ କଂଗ୍ରେସ ଦ୍ୱାରା, କୋରେଇ ଛକରେ ଏକ ବିଶାଳ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଏହି ସଭାରେ ସମ୍ବର୍ଦ୍ଧିତ କରିବା ସହିତ ଶହ ଶହ ଯାତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।
କୋରେଇ ବ୍ଲକ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ହରିହର ସାହୁଙ୍କ ପ୍ରଦେଶ କଂଗ୍ରେସ ସଭାପତି ଉତରୀୟ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଂଟିଆ, ଶ୍ରୀମତୀ ବନ୍ଦିତା ପରିଡ଼ା, ବଳଭଦ୍ର ଦାସ, ସନ୍ତୋଷ ନନ୍ଦ, ଦୁର୍ଯ୍ୟୋଧନ ବେହେରା, ମାନସ କର, କିଷାନ ପଣ୍ଡା, ସନ୍ତୋଷ ବେହେରା, ସଂଗ୍ରାମ ଜେନା, ଅନିଲ ମହାନ୍ତି, ସୁଦିପ କର, ମଧୁସୂଦନ ସାହୁ, ରିତାଶ୍ରୀ ମହାନ୍ତି, ଅକ୍ଷୟ ସାହୁ, ଅନନ୍ତ ଦାସ ଇତ୍ୟାଦି ନେତୃବୃନ୍ଦ ଶରତ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଶ୍ରୀ ପଟ୍ଟନାୟକ କହିଥିଲେ ଏ ଅଂଚଳରେ କେନ୍ଦ୍ର ସରକାର ଏକ ବଡ଼ ତୈଳ ଭଣ୍ଡାର କରିବେ ବୋଲି ପ୍ରତିଶୃତି ଦେଇଥିଲେ । ମେଗା ଫୁଡପାର୍କ କରିବେ ବୋଲି କହିଥିଲେ କିନ୍ତୁ ଏହା କେବେ ହେବ । ପୂର୍ବଦୟର ସୂର୍ଯ୍ୟ ଓଡ଼ିଶାରୁ ଉଦୟ ହେବ ବୋଲି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କର ନେତା ମନ୍ତ୍ରୀମାନେ କହୁଥିଲେ । ୮ ବର୍ଷ ଭିତରେ ସୂର୍ଯ୍ୟ ଉଦୟ ତ ଦୁରେ ଥାଉ ସିନ୍ଦୁରାବି ଫିଟିଲା ନାହିଁ । ଏ ରାଜ୍ୟର ଯୁବକ ଆଦି ଦିଶାହୀନ, ଶିକ୍ଷିତ ଯୁବକ ଯୁବତୀ ରୋଜଗାର ପାଇଁ ଆଜି ଘୁରି ବୁଲୁଛନ୍ତି । ମହିଳାମାନଙ୍କୁ ପ୍ରତି ଅନ୍ୟାୟ, ଅତ୍ୟାଚାର, ଦୁଷ୍କର୍ମ, ଉତ୍ପିଡ଼ନ ଚରମ ସୀମାର ପଂହଚିଲାଣି ତଥାପି ସରକାରର ନିଦ ଭାଙ୍ଗୁ ନାହିଁ । ଏ ଭାରତ ଯୋଡ଼ ଓଡ଼ିଶା ଯାତ୍ରା ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ଯୁବକ, କୃଷକ, ମହିଳା, ଶ୍ରମିକଙ୍କ ସମସ୍ୟାକୁ ନେଇ ପ୍ରତିବାଦ କରିବା ଏବଂ ସ୍ଥାନୀୟ ଅଂଚଳର ସମସ୍ୟା ସହିତ ଜଡ଼ିତ ହେବା । ଓଡ଼ିଶା ପ୍ରଦେଶ କଂଗ୍ରେସ ସେ ପର୍ଯ୍ୟନ୍ତ ବିଶ୍ରାମ ନେବ ନାହିଁ ଯେ ପର୍ଯ୍ୟନ୍ତ ବହୁ ଦୁର ଦୁରାନ୍ତରେ ଛିଡ଼ା ହୋଇଥିବା ଓଡ଼ିଶାର ଜଣେ ବ୍ୟକ୍ତି ମୁହଁରେ ହସ, ବିଶ୍ୱାସ ଓ ଆତ୍ମ ପ୍ରତ୍ୟୟ ଭରି ନ ଯାଇଛି । ଏ ଉଭୟ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ପଡ଼ିବ । ଓଡ଼ିଶାର ୪କୋଟି ୫୦ଲକ୍ଷ ଲୋକଙ୍କ ପାଇଁ ଏ ପଦଯାତ୍ରା । ଏ ପଦଯାତ୍ରା ଦୀର୍ଘ ୨୨ ବର୍ଷର ସରକାର ଓ କେନ୍ଦ୍ରର ଦୀର୍ଘ ୮ ବର୍ଷର ଶୋଷଣ, ଅନ୍ୟାୟ, ଅତ୍ୟାଚାର ଓ ଲୁଣ୍ଠନ ବିରୋଧରେ । ଅପରାହ୍ନରେ ଏ ପଦଯାତ୍ରା ଯାଜପୁର ଜିଲ୍ଲା ଅତିକ୍ରମ କରି ଭଦ୍ରକ ଜିଲ୍ଲାର ସୀମାକୁ ପ୍ରବେଶ କରିଥିଲା । ସଠିପୁର ଛକ ପରେ ପରେ ଆଜି ହଜାର ହଜାର କଂଗ୍ରେସ ନେତୃବର୍ଗ ଓ ସାଧାରଣ ଜନତା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଏହି ପଦଯାତ୍ରାକୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଅନନ୍ତ ସେଠୀ, ଅଶୋକ ଦାସ, ନଳିନୀ ମହାନ୍ତି, ସୁବ୍ରତ ଦାସ ମଧୁମିତା ସେଠୀ, ଦିଗମ୍ବର ଦାସ ଏବଂ ବହୁ ବରିଷ୍ଠ କଂଗ୍ରେସ ନେତୃବର୍ଗ, ବହୁବୁଦ୍ଧିଜୀବି, ସାମାଜିକ କର୍ମୀ, କୃଷକ ନେତା ପଦଯାତ୍ରୀ ତଥା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ପୁଷ୍ପମାଲ୍ୟ ଓ ଉତରୀୟ ଦେଇ ସମ୍ବଦ୍ଧିତ କରିଥିଲେ । ଏହି ପଦଯାତ୍ରା ଭଦ୍ରକ ଜିଲ୍ଳାର ଭଣ୍ଡାରୀ ପୋଖରୀ ଠାରେ ସମାପ୍ତ ହୋଇଥିଲା । ଆସନ୍ତା କାଲି ଭଣ୍ଡାରୀପୋଖରୀ ଏହି ପଦଯାତ୍ର ଆରମ୍ଭ ହେବ । ଅନ୍ୟମାନଙ୍କ ମଧ୍ୟରେ ମାନସ ଚୌଧୁରୀ, ବିଶ୍ୱରଞ୍ଜନ ମହାନ୍ତି, ଦେବେନ୍ଦ୍ରେ ମହାନ୍ତି, ସ୍ମୃତି ରଞ୍ଜନ ଲେଙ୍କା, ପ୍ରକାଶ ମିଶ୍ର, କନକଲତା ମଲ୍ଲିକ, କୈଳାସ ସାହୁ, ପଦ୍ମାକର ଗୁରୁ, ସତ୍ୟବ୍ରତ ନାୟକ, ଦୀପକ ମହାପାତ୍ର, ପ୍ରଦୀପ ମହାପାତ୍ର, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି, ଅନିଲ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ବୋଲି “ଭାରତ ଯୋଡ଼ ଯାତ୍ରା –ଓଡ଼ିଶା”ର ମିଡିଆ ଇନଚାର୍ଜ ପ୍ରକାଶ ମିଶ୍ର ଏକ ପ୍ରେସବିଜ୍ଞପ୍ତିରେ ଜଣାଇଛନ୍ତି ।
