ପ୍ରକାଶ ପାଇଲା ଏଏସ୍ଓ ଲିଖିତ ପରୀକ୍ଷା ରେଜଲ୍ଟ ; ୧୧୦୪ ଜଣ ଏଏସଓରେ କୃତକାର୍ଯ୍ୟ
ଭୁୁବନେଶ୍ୱର : ପ୍ରକାଶ ପାଇଛି ଆସିଷ୍ଟାଂଟ ସେକ୍ସନ ଅଫିସର (ଏଏସ୍ଓ)ଲିଖିତ ପରୀକ୍ଷା ରେଜଲ୍ଟ । ମୋଟ ୧୧୦୪ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ କୃତକାର୍ଯ୍ୟ ପ୍ରାର୍ଥୀଙ୍କ ଡକ୍ୟୁମେଂଟ ଭେରିଫିକେସନ ହେବ । ଗତ ଅଗଷ୍ଟ ୨୭ରେ ଆସିଷ୍ଟାଂଟ ସେକ୍ସନ ଅଫିସର ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।
