ତିହିଡ଼ି ମହୋତ୍ସବର ୨ୟ ସନ୍ଧ୍ୟା ଦେଶ ମାତୃକାର ସେବା ପାଇଁ ଯୁବକମାନେ ବ୍ରତୀ ହେବା ଉଚିତ୍
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି କାଳିପଡ଼ିଆ ଠାରେ ଶ୍ୟାମା କ୍ଲବ ଆୟାଜନରେ ଚାଲିଥିବା ୪ର୍ଥ ତିହିଡ଼ି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ରବିବାର ଅନୁଷ୍ଠିତ ହୋଇ ଯାଇଛି । ଦ୍ୱିତୀୟ ସନ୍ଧ୍ୟାରେ ଜନନାୟକ ବିଜୟଶ୍ରୀ ରାଉତରାୟଙ୍କ ନାମିତ ମଂଚରେ ସଭାପତି ଶ୍ରୀ ସୋମନାଥ ପାଢ଼ୀ ପୌରୋହିତ୍ୟ କରିଥିଲେ । ଏଥିରେ ଅତିଥି ଭାବେ ଏୟାର କମାଣ୍ଡାର ଭି.ଏସ.ଏମ ଏବଂ ଏୟାର କମାଣ୍ଡାର କର୍ଣ୍ଣେଲ ଡ. ସତ୍ୟନାରାୟଣ ରାୟ ଯୋଗ ଦେଇ ଦେଶ ମାତୃକାର ସେବା ପାଇଁ ଯୁବକମାନେ ବ୍ରତୀ ହେବା ଉଚିତ୍ ବୋଲି କହିଥିବା ବେଳେ ମହୋତ୍ସବ ସ୍ଥାନୀୟ ଅଞ୍ଚଳର ଐତିହ୍ୟ ଓ ପରମ୍ପରାକୁ ସମୃଦ୍ଧି କରିଥାଏ ବୋଲି ମତ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଓଏଏସ୍ ପରୀକ୍ଷା କୃତକାର୍ଯ୍ୟ ହୋଇଥିବା ତିହିଡ଼ି ବ୍ଲକ ଅଧୀନ କାଁପଡ଼ା ଦକ୍ଷୀଣପାରି ଗ୍ରାମର ପ୍ରଦ୍ୟୁମ୍ନ ଦାସଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଧାରବାହିକ ତଥା ଚଳଚିତ୍ର ଅଭିନେତା ସାଇସ୍ୱରୂପ ମିଶ୍ର ନିଜର ଅଭିନୟ ଓ ନୃତ୍ୟ ମାଧ୍ୟମରେ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ । ସେହିପରି ଯୁବ କଣ୍ଠଶିଳ୍ପୀ ଜିତୁ ଦାସ ସଂଗୀତ ପରିବେଷଣ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ । ସମ୍ପାଦକ ଚନ୍ଦ୍ରକାନ୍ତ ମହାନ୍ତି, ଡ. ଲକ୍ଷ୍ମୀଧର ତ୍ରିପାଠୀ, ଅମର କୁମାର ଜେନା, ଧୀରେନ୍ଦ୍ର ସାହୁ, ମନୋଜ କୁମାର ସେନାପତି, ମନୋଜ କୁମାର ପାଣିଗ୍ରାହୀ, ଅମୂଲ୍ୟ ସେନାପତି, ପ୍ରଭାତ ଜେନା, ଗିରିଜାରମଣ ଜେନା, ନରେନ୍ଦ୍ର ବାରିକ, ନାରାୟଣ ପାଢ଼ୀ ପ୍ରମୁଖକଙ୍କ ସମେତ ବ୍ଲକ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
