ଆସିଲା ‘ଓମିସିଓର’ କିଟ୍ ଟେଷ୍ଚିଂ ଷ୍ଟଡି ରିପୋର୍ଟ, ୩୩% ଓମିକ୍ରନ୍ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ହାରାହାରି ୩୩% ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ‘ଓମିସିଓର’ କିଟ୍ ଟେଷ୍ଚିଂ ଷ୍ଟଡି ରିପୋର୍ଟ ଆଧାରରେ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ କରୋନା ସଂକ୍ରମଣ ତଳ-ଉପର ହେବାରେ ଲାଗିଛି । କିନ୍ତୁ ଟ୍ରେଣ୍ଡ୍ କୁ ଦେଖିଲେ ସଂକ୍ରମଣ ହ୍ରାସ ପାଉଛି ବୋଲି ଧରିବାକୁ ପଡ଼ିବ ।
‘ଓମିସିଓର’ କିଟ୍ ରେ ୩୧,୬୬୬ ଜଣଙ୍କ ନମୁନା ଟେଷ୍ଟ କରାଯାଇଥିଲା । ସେଥିରୁ ୧୭୨୯ଟି ନମୁନାର ରିପୋର୍ଟ ପଜିଟିଭ୍ ଆସିଥିଲା । ସେମାନଙ୍କ ମଧ୍ୟରୁ ୫୭୬ ଜଣ ଓମିକ୍ରନ୍ ସଂକ୍ରମିତ ଭାବେ ଚିହ୍ନଟ ହୋଇଥିଲେ । ତେବେ ଜିନୋମ୍ ସିକ୍ୱେନ୍ସିଂ ଡାଟା ଏବଂ ‘ଓମିସିଓର’ କିଟ୍ ଟେଷ୍ଟିଂ ଡାଟାକୁ ମିଶାଇବା ପରେ ବର୍ତ୍ତମାନ ରାଜ୍ୟରେ ଥିବା ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଜଣାପଡ଼ିବ । ଡେଲ୍ଟା ଭାରିଆଣ୍ଟ ଯୋଗୁଁ ରାଜ୍ୟରେ ବର୍ତ୍ତମାନ ଅଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଛି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେହିଭଳି ସ୍କୁଲ ଖୋଲିବା ପ୍ରସଙ୍ଗରେ ମଧ୍ୟ ମଧ୍ୟ ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ଏହା ଉପରେ ଚିନ୍ତା କରୁଛନ୍ତି ଏବଂ ପରିସ୍ଥିତିକୁ ଦେଖି ନିଷ୍ପତି ନିଆଯିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାର ପଦକ୍ଷେପ ନେବେ ।
