ସ୍କୁଲ ଖୋଲିବା ନେଇ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ସଂକ୍ରମଣ କମୁଥିବାରୁ କିଛି ରାଜ୍ୟ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି ।
ନୂଆ ଗାଇଡଲାଇନ ଅନୁସାରେ, ସ୍କୁଲରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ । ଛାତ୍ରଙ୍କ ମଧ୍ୟରେ ଅତି କମରେ ୬ ଫୁଟ ଦୂରତା ରଖିବାକୁ ପଡ଼ିବ । ଷ୍ଟାଫ ରୁମ, ଅଫିସ ଏରିଆ, ଏସେମ୍ବଲି ହଲ୍ ଓ ଅନ୍ୟ ଏରିୟାରେ ସାମାଜିକ ଦୂରତା ପାଳନ କରିବାକୁ ପଡ଼ିବ । ସ୍କୁଲରେ ଅନ୍ୟ କୌଣସି କାର୍ଯ୍ୟକ୍ରମ କରିବାକୁ ବାରଣ କରାଯାଇଛି । ସବୁ ଛାତ୍ର ଓ କର୍ମଚାରୀଙ୍କୁ ଫେସ ମାସ୍କ/ ଫେସ କଭର ପୁରା ଦିନ ପିନ୍ଧିବାକୁ ପଡ଼ିବ । ମଧ୍ୟାହ୍ନ ଭୋଜନ ବିତରଣ ସମୟରେ ସାମାଜିକ ଦୂରତା ପାଳନ କରିବାକୁ ପଡ଼ିବ କାରଣ ସେହି ସମୟରେ ଛାତ୍ରଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ ।
