ଓମିକ୍ରନ ଭ୍ୟାରିଆଣ୍ଟ : ଭୟଭୀତ ନ ହେବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର : ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ। ଆଶ୍ବସ୍ତି ଖବର ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଓମିକ୍ରନକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି । ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ଓମିକ୍ରନ ବିରୋଧରେ ଟିକା କାମ କରୁଛି। ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ। ଯେଉଁମାନେ ବିଦେଶରୁ ଆସୁଛନ୍ତି, ସେମାନଙ୍କ ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି। ହୋମ ଆଇ ସୋଲେସନକୁ ଗୁରୁତ୍ୱ ଦିଆଯାଇଛି। ଯେଉଁମାନେ ବିଦେଶରୁ ଆସୁଛନ୍ତି, କେନ୍ଦ୍ର ସରକାରଙ୍କୁ କୁହାଯାଇଛି ରାଜ୍ୟକୁ ଅବଗତ କରିବା ପାଇଁ।
ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ‘ଓମିକ୍ରନ ବିରୋଧରେ ଟିକା କାମ କରୁଛି । ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ । ଯେଉଁମାନେ ବିଦେଶରୁ ଆସୁଛନ୍ତି ତାଙ୍କ ଉପରେ ରାଜ୍ୟ ସରକାର କଡା ନଜର ରଖିଛନ୍ତି । ହୋମ ଆଇସୋଲେସନକୁ ଗୁରୁତ୍ୱ ଦିଆଯାଇଛି । ଯେଉଁମାନେ ବିଦେଶରୁ ଆସୁଛନ୍ତି କେନ୍ଦ୍ର ସରକାରଙ୍କୁ କୁହାଯାଇଛି ରାଜ୍ୟକୁ ଅବଗତ କରାଇବା ପାଇଁ । ଶିକ୍ଷାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ସ୍ୱତନ୍ତ୍ର କ୍ଵାରେଣ୍ଟାଇନ ସେଣ୍ଟରର ବ୍ୟବସ୍ଥା କରାଯାଇଛି ।’ ଶିକ୍ଷାନୁଷ୍ଠାନରେ କିଭଳି କୋରୋନା ନ ବ୍ୟାପିବ ସେଥିପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।
