ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ଜଙ୍ଗଲରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର
ନୂଆପଡ଼ା: ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ । ସୁନାବେଡ଼ା ଅଭୟାରଣ୍ୟ ଅଧୀନ ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ମହାବଳ ବାଘ ଟାଣି ନେଇଛି । ବୃଦ୍ଧା ଜଣଙ୍କ ହେଉଛନ୍ତି ସାନମତି ବାରିକ ( ୬୫ ବର୍ଷ ) । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ନୂଆପଡ଼ା ଜିଲା ସୁନାବେଡ଼ା ଅଭୟାରଣ୍ୟର ମହାବଳ ବାଘ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି । ଘର ବାଡ଼ିରୁ ବୃଦ୍ଧାଙ୍କୁ ଟାଣି ନେଇଥିଲା ମହାବଳ ବାଘ । ଜାଳେଣି କାଠ ଆଣିବାକୁ ଯାଇଥିଲେ ଜଳମଡେଇ ଗାଁର ବର୍ଷୀୟା ସାନମତି ବାରିକ । ଏହି ସମୟରେ ତାଙ୍କୁ ଟେକି ନେଇଯାଇଥିଲା ବାଘ । ସ୍ଥାନୀୟ ଲୋକେ ଜଙ୍ଗଲ ଭିତରେ ବୃଦ୍ଧାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଦେଖିବାକୁ ପାଇଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ, ଗତକାଲି ସନ୍ଧ୍ୟାରେ ସାନମତିଙ୍କୁ ଘର ପାଖରୁ ମହାବଳ ବାଘ ଟାଣି ନେଇଥିଲା। ସେ ଚିତ୍କାର କରିବାରୁ ଗ୍ରାମବାସୀ ଦୌଡ଼ି ଆସିଥିଲେ ବାଘକୁ ଠେଙ୍ଗା ବାଡ଼ି ଦେଖାଇ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ବାଘଟି ଭୟଭୀତ ହୋଇ ସାନମତିଙ୍କୁ ଅଧା ଖାଇ ଜଙ୍ଗଲକୁ ଦୌଡ଼ି ପଳାଇଥିଲା। ସ୍ଥାନୀୟ ଲୋକେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
